ETV Bharat / bharat

ଜରୁରୀକାଳୀନ ଅବତରଣ କଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଚିନୁକ - ଚିନୁକ

ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଚିନୁକ ଉଦୟପୁରରେ ଜରୁରୀକାଳୀନ ଅବତରଣ କରିଛି ।ଅଭ୍ୟାସ କରୁଥିବା ବେଳେ ଏପରି କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

aircraft-chinook
ହେଲିକପ୍ଟର ଚିନୁକ
author img

By

Published : Feb 12, 2020, 2:20 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଅତ୍ୟାଧୁନିକ ହେଲିକପ୍ଟର ଚିନୁକ ଉଦୟପୁରରେ ଜରୁରୀକାଳୀନ ଅବତରଣ କରିଛି । ହେଲିକପ୍ଟରଟି ଉଡାଣ ଭରୁଥିବା ସମୟରେ ହଠାତ ତେଲ ଶେଷ ହୋଇଯାଇଥିଲା । ଫଳରେ ଚିନୁକକୁ ଉଦୟପୁରର ଡବୋକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ତେବେ ତେଲ ଭରିବା ପରେ ପୁଣିଥରେ ଉଡାଣ ଭରିବାରେ ସକ୍ଷମ ହୋଇଥିଲା ଚିନୁକ ।

ହେଲିକପ୍ଟର ଚିନୁକ

ସୂଚନା ମୁତାବକ, ଚିନୁକ ହେଲିକପ୍ଟର ଅଭ୍ୟାସ କରୁଥିବା ସମୟରେ ହଠାତ ଏହାର ତେଲ ଶେଷ ହୋଇଯାଇଥିବା ଜଣା ପଡିଥିଲା । ଏହାପରେ ହେଲିକପ୍ଟରର ପାଇଲଟ ନିକଟସ୍ଥ ଉଦୟପୁରର ଡବୋକ ବିମାନ ବନ୍ଦରର ଅଧିକାରୀଙ୍କ ସହ ସମ୍ପର୍କ କରିଥିଲେ ଏବଂ ବିମାନକୁ ଜରୁରୀକାଳୀନ ଅବତରଣ କରିଥିଲେ ।

ଚିନୁକ ହେଲିକେପ୍ଟର ଉଭୟ ଦିନରାତି ଓ ପ୍ରତିକୂଳ ପାଗରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି । ଏହାକୁ ପୁଲୱାମା ଏୟାର ଷ୍ଟ୍ରାଇକରେ ବ୍ୟବହାର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.