ETV Bharat / bharat

50 ଫୁଟ କୂଅକୁ ଖସିଲା ବଣୁଆ ହାତୀ, ଉଦ୍ଧାର କାର୍ଯ୍ୟ ଜାରି - elephant latest news

ଭେଙ୍କଟାଚଲମର ଏକ କୂଅରେ ପଞ୍ଚପାଲ୍ଲୀ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଗୋଟିଏ ବଣୁଆ ହାତୀ ଭୁଲ ବଶତଃ କୂଅ ଭିତରେ ଖସି ପଡିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

50 ଫୁଟ କୂଅକୁ ଖସିଲା ବଣୁଆ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Nov 19, 2020, 2:24 PM IST

Updated : Nov 19, 2020, 6:26 PM IST

ଚେନ୍ନାଇ: କୂଅରେ ପଡିଲା ହାତୀ । ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବୁଲିବା ବେଳେ 50 ଫୁଟ କୂଅରେ ଖସି ପଡିଲା ହାତୀ । ହାତୀଟିର ଗର୍ଜନ ଶୁଣି ଗାଁଲୋକେ ଓ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମାପୁରି ଜିଲ୍ଲାର ପାଲାକୋଡ ଅନ୍ତର୍ଗତ ପଞ୍ଚପାଲ୍ଲୀ ଏଲାକୁନ୍ଦୁର ଗ୍ରାମରେ ।

ସକାଳୁ ଭେଙ୍କଟାଚଲମର ଏକ କୂଅରୁ ଗୋଟିଏ ବଣୁଆ ହାତୀର ଗର୍ଜନ ଶୁଣିବାକୁ ମିଳିଥିଲା। ଗ୍ରାମବାସୀ ମାନେ କୂ୍ଅ ଭିତରେ ହାତୀଟି ଚିତ୍କାର କରୁଥିବାର ଦେଖି, ପାଲାକୋଡ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ସେଠାରେ ବନବିଭାଗ ଅଧିକାରୀ ପହଞ୍ଚିଥିଲେ ଏବଂ ହାତୀଟିକୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

50 ଫୁଟ କୂଅକୁ ଖସିଲା ବଣୁଆ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବନବିଭାଗର ସୂଚନା ଅନୁସାରେ, ହାତୀଟି ପଞ୍ଚପାଲ୍ଲୀ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଭୁଲ ବଶତଃ କୂଅ ଭିତରେ ଖସି ପଡିଥିଲା। ଏହି ମାଇ ହାତୀଟିର ବୟସ 12 ବୋଲି ଜଣାପଡିଛି । ବର୍ତ୍ତମାନ କୂଅ ଭିତରୁ ସମ୍ପୂର୍ଣ୍ଣ ପାଣି ନିଷ୍କାସନ କରିଦିଆଯାଇଛି ଏବଂ ହାତୀଟି 50 ଫୁଟ ତଳେ ରହିଛି। ବନବିଭାଗ ଅଧିକାରୀ କୂଅ ନିକଟରେ ଏକ ରାସ୍ତା ତିଆରି କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2020, 6:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.