ETV Bharat / bharat

ଡୁପ୍ଲିକେଟ ମୋଦିଙ୍କୁ ନୋଟିସ - notice

ଡୁପ୍ଲିକେଟ ମୋଦିଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ। ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଥିବା ଜଣା ପଡିଛି ।

ଫାଇଲ ଫଟୋ
author img

By

Published : Apr 14, 2019, 9:34 AM IST

ଲକ୍ଷ୍ନୌ: ନିର୍ବାଚନ ମୈଦାନରେ ଓହ୍ଲାଇବା ପୂର୍ବରୁ ନିଜ ସ୍ଲୋଗାନ ପାଇଁ ଅଡୁଆରେ ପଡିଲେ ଡୁପ୍ଲିକେଟ ମୋଦି। ଅବିକଳ ମୋଦିଙ୍କ ଭଳି ଦେଖାଯାଉଥିବା ଅଭିନନ୍ଦନ ପାଠକଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଥିବା ଜଣା ପଡିଛି।

ଲକ୍ଷ୍ନୌର ଅଭିନନ୍ଦନ ପାଠକ ଚଳିତ ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏପ୍ରିଲ 12 ତାରିଖରେ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲକ୍ଷ୍ନୌ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଲକ୍ଷ୍ନୌରେ ସେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ।

ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଅଭିନନ୍ଦନ ଗଣମାଧ୍ୟମକୁ କହିଥିଲେ, ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିଛି। ନିର୍ବାଚନରେ ମୋ ସ୍ଲୋଗାନ ହେଉଛି-‘ଗୋଟିଏ ଭୋଟ୍‌, ଗୋଟିଏ ନୋଟ୍‌’। ତେବେ ତାଙ୍କର ଏହି ବୟାନ ଖଟକିଥିଲା ନିର୍ବାଚନ ଆୟୋଗଙ୍କ ଆଖିକୁ । ତାଙ୍କର ଏହି ସ୍ଳୋଗାନରେ ସେ ଭୋଟରଙ୍କୁ ଟଙ୍କାର ଲୋଭ ଦେଖାଇ ଆକୃଷ୍ଟ କରୁଥିବା ନୋଟିସରେ ଦର୍ଶାଇଥିଲେ ଆୟୋଗ ।

ସୂଚନା ଯୋଗ୍ୟ ଯେ, ସେ ବାରଣାସୀରେ ମଧ୍ୟ ମୋଦିଙ୍କୁ ଟକ୍କର ଦେବେ। ଆଗାମୀ 26ରେ ସେ ବାରଣାସୀରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ।

Intro:Body:

gfgffg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.