ତାମିଲନାଡୁ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତାମିଲନାଡୁର ଥେନି ନିର୍ବାଚନ ମଣ୍ଡଳୀରେ 1 କୋଟି 48 ଲକ୍ଷ ଟଙ୍କା ଜବତ। ଜବତ କଲା ଆୟକର ବିଭାଗ। ଟିଟିକେ ଦିନାକରଣଙ୍କ ଦଳ ଏଏମଏମକେର ନେତାଙ୍କ ଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, 94ଟି ପ୍ୟାକେଟରେ ଏହି ଟଙ୍କା ରଖାଯାଇଥିଲା। ପ୍ୟାକେଟରେ ୱାର୍ଡର ନାମ ଲେଖାଯିବା ସହ ଭୋଟରଙ୍କ ସଂଖ୍ୟା ଲେଖାଯାଇଥିବା କୁହାଯାଉଛି । ତେବେ ଏସବୁ ଟଙ୍କା ଆସନ୍ତାକାଲି(ଗୁରୁବାର) ହେବାକୁ ଥିବା ନିର୍ବାଚନ ପୂର୍ବରୁ ଲୋକଙ୍କ ମଧ୍ୟରେ ବଣ୍ଟା ଯିବାକୁ ରଖାଯାଇଥିବା ଜଣାପଡିଛି ।
ପ୍ରତ୍ୟେକ ଭୋଟରଙ୍କୁ 300 ଟଙ୍କା ଦିଆଯିବାକୁ ପ୍ୟାକେଟରେ ଲେଖାଯାଇଥିବା ସୂଚନା ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଟଙ୍କାକୁ ଜବତ କରିବା ପାଇଁ ଯାଇଥିବାବେଳେ ସେଠାରେ ଉପସ୍ଥିତ ଦଳୀୟ କର୍ମୀ ଓ ଅଫିସରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ଫାଙ୍କା ଗୁଳିଚାଳନା କରି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲା ।