ETV Bharat / bharat

ଇଦ୍-ଉଲ୍-ଜୁହା: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

author img

By

Published : Aug 12, 2019, 11:12 AM IST

ଆଜି ପବିତ୍ର ଇଦ୍-ଉଲ୍-ଜୁହା । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଦେଶବାସୀଙ୍କୁ ବକରୀ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ପାଳନ ହେଉଛି ପବିତ୍ର ଇଦ୍-ଉଲ୍-ଜୁହା । ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଦେଶବାସୀଙ୍କୁ ବକରୀ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ପିଏମ ମୋଦି କହିଛନ୍ତି ଯେ, "ଇଦ୍-ଉଲ୍-ଜୁହା ଅବସରରରେ ମୋ ତରଫରୁ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ମୁଁ ଆଶା କରୁଛି, ଏହି ପର୍ବ ଆମ ସମାଜରେ ଶାନ୍ତି ଏବଂ ଖୁସିର ଭାବନାକୁ ବଢାଇବ । ଇଦ୍ ମୁବାରକ "।

pic-1
ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ କହିଛନ୍ତି ଯେ, "ସବୁ ଦେଶବାସୀଙ୍କୁ ଖାସକରି ଆମ ମୁସଲିମ ଭାଇ ଓ ଭଉଣୀଙ୍କୁ ଅନେକ ଅନେକ ଶୁଭକାମନା । ଇଦ୍-ଉଲ୍-ଜୁହା ପ୍ରେମ, ଭାଇଚାରା ଏବଂ ମାନବ ସେବାର ପ୍ରତୀକ । ଆସନ୍ତୁ ଆମେ ସମସ୍ତେ ନିଜକୁ ଏହି ସାର୍ବଭୌମିକ ଜୀବନ ମୂଲ୍ୟ ପ୍ରତି ସମର୍ପିତ କରି ଆମ ସଂସ୍କୃତିର ଓ ଐତିହ୍ୟକୁ ଆଗେଇ ନେବା "।

pic-2
ରାଷ୍ଟ୍ରପତିଙ୍କ ଟ୍ବିଟ

ସେହିପରି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ମଧ୍ୟ ଦେଶବାସୀଙ୍କୁ ଇଦ୍-ଉଲ୍-ଜୁହା ପାଇଁ ଶୁଭକାମନା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, "ଖାସକରି ୟୁପି ମୁସଲମାନ ସମାଜର ସବୁ ବର୍ଗଙ୍କୁ ବକରୀ ଇଦ ପାଇଁ ହୃଦୟରୁ ମୁବାରକବାଦ । ଏହି ଅବସରରେ କୋଟି କୋଟି ଗରିବ ଓ ବେରୋଜଗାରଙ୍କ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଏକ ଫଟୋ ଟ୍ବିଟ କରିବା ସହ ଦେଶବାସୀଙ୍କୁ ଇଦ-ଉଲ୍-ଜୁହାର ଶୁଭେଚ୍ଛା ଜଣାଇଛନ୍ତି ।

pic-4
ରାହୁଲ ଗାନ୍ଧିଙ୍କ ଟ୍ବିଟ

ଆଜି ପୁରା ଦେଶରେ ବକରୀ ଇଦକୁ ବଡ ଧୁମ ଧାମରେ ପାଳନ କରାଯାଉଛି । କାଶ୍ମୀରଠୁ କନ୍ୟା କୁମାରୀ ଯାଁଏ ଦେଶର ସବୁ ମସଜିଦ ଦରଘାରେ ନମାଜ ପାଠ ପଢାଯାଉଛି । ଏହି ଅବସରରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଛି । ଲୋକଙ୍କୁ ଯେଭଳି କୌଣସି ସମମ୍ୟା ନହେବ, ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

pic-3
ମାୟାବତୀଙ୍କ ଟ୍ବିଟ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.