ETV Bharat / bharat

EFLU ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା, ତଦନ୍ତ ଜାରି - Rahul Balusu

ତେଲେଙ୍ଗାନାର ହାଇଦ୍ରାବାଦରେ ରହୁଥିବା EFLU ପ୍ରଫେସର ତରନକା ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

EFLU ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା, ତଦନ୍ତ ଜାରି

author img

By

Published : Jul 23, 2020, 10:19 AM IST

ହାଇଦ୍ରାବାଦ: ତରନକା ସ୍ଥିତ EFLU (ଇଂଲିଶ ଆଣ୍ଡ ଫରେନ ଲାଙ୍ଗୁଏଜ ୟୁନିଭର୍ସିଟି) ରେ କାର୍ଯ୍ୟ କରୁଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସର ରାହୁଲ ବାଲୁସୁ ତରନାକାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଓସମାନିଆ ୟୁନିଭରସିଟି ପୋଲିସର ସୂଚନାନୁସାରେ, ସେ ରାହୁଲଙ୍କ ପଡୋଶୀଙ୍କଠାରୁ ଏକ କଲ ପାଇଥିଲେ ଯେ, ସେମାନେ ଗତ ଦୁଇ ଦିନ ହେବ ତାଙ୍କୁ ଦେଖିବାକୁ ପାଉନାହାନ୍ତି, ଏବଂ ତାଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରୁଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ରାହୁଲଙ୍କୁ ଫ୍ୟାନରେ ଦଉଡି ସାହାଯ୍ୟରେ ଝୁଲୁଥିବାର ଦେଖିବାକୁ ପାଇଥିଲା । ଏହା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ବିଜୟୱାଡାର ମୂଳ ବାସିନ୍ଦା।

ରାହୁଲ ବାଲୁସୁ 2003ରେ ପ୍ରେମ ବିବାହ କରିଥିଲେ ଏବଂ ସେ 2008ରେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇ ଏଠାରେ ଏକାକୀ ରହୁଥିଲେ। ରାହୁଲ ପ୍ରଥମେ ଡାକ୍ତର ଡିଗ୍ରୀ ଅଧ୍ୟୟନ କରିଥିଲେ ଏବଂ ପରେ ଭାଷା ପ୍ରଫେସର ଭାବରେ କାର୍ଯ୍ୟକରୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ କାଗଜରେ ଦୁଇଟି ଫୋନ ନମ୍ବର ଲେଖିଥିଲେ। ଯେଉଁକାରଣରୁ ସେ କିଛି ମାନସିକ ଚିନ୍ତାଗ୍ରସ୍ତ ରହି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.