ETV Bharat / bharat

ଜଳବାୟୁ ପରିବର୍ତ୍ତନର ପ୍ରଭାବ - CLIMATE CHANGE

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଭାରତରେ କ୍ଲାଇମେଟ୍ ରିଫ୍ୟୁଜି ବା ଜଳବାୟୁ ଶରଣାର୍ଥୀଙ୍କ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ସେଂଟର ଫର୍ ସାଇନ୍ସ ଆଣ୍ଡ୍ ଏନଭାୟର୍ନମେଂଟ୍ –ସିଏସଇ । ଅଧିକ ପଢନ୍ତୁ...

ଜଳବାୟୁ ପରିବର୍ତ୍ତନର ପ୍ରଭାବ
ଜଳବାୟୁ ପରିବର୍ତ୍ତନର ପ୍ରଭାବ
author img

By

Published : Jun 9, 2020, 6:31 AM IST

ଯଦି ଆମେ ପ୍ରକୃତିର ସଂରକ୍ଷଣ କରିବା, ତାହା ହେଲେ ଏହା ଆମର ଜୀବନ ରକ୍ଷା କରିବ । କିନ୍ତୁ ପ୍ରକୃତି ଓ ପରିବେଶ ଧ୍ୱଂସ କରି ଆମେ ମହାବିନାଶକୁ ଡାକି ଆଣିଛେ । ଗତ କିଛି ଦଶକରେ ଜଳବାୟୁ ପରିବର୍ତ୍ତନର ଏହାର ସତ୍ୟତା ପ୍ରମାଣ କରିଛି । ଅବାଧ ଶିଳ୍ପାୟନ ଓ ନିଜର ଚତୁଃପାର୍ଶ୍ବର ସଂରକ୍ଷଣ ପାଇଁ ମଣିଷର ଇଚ୍ଛାଶକ୍ତିର ଅଭାବ ହିଁ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ସେଂଟର ଫର୍ ସାଇନ୍ସ ଆଣ୍ଡ୍ ଏନଭାୟର୍ନମେଂଟ୍ –ସିଏସଇ ପକ୍ଷରୁ ଭାରତରେ କ୍ଲାଇମେଟ୍ ରିଫ୍ୟୁଜି ବା ଜଳବାୟୁ ଶରଣାର୍ଥୀଙ୍କ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଛି ।

ସିଏସଇ ତଥ୍ୟ ଅନୁସାରେ ବିଶ୍ୱବ୍ୟାପୀ ପ୍ରତି ୫ଟି ପର୍ଯ୍ୟାବରଣ ପ୍ରବାସ ମଧ୍ୟରୁ ଭାରତରେ ଗୋଟିଏ ହୋଇଥାଏ । ବନ୍ୟା, ବାତ୍ୟା ଓ ମରୁଡି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୁଏ । ଭାରତରେ ଏ ପର୍ଯ୍ୟନ୍ତ ଜଳବାୟୁ ପ୍ରବାସର ୫୦ ଲକ୍ଷ ମାମଲା ରେକର୍ଡ ହୋଇଛି । ୨୦୨୯ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶରେ ୧ ହଜାର ୩୫୭ ଲୋକଙ୍କ ପ୍ରାଣ ଯାଇଥିଲା । ନିକଟରେ ବାତ୍ୟା ନିସର୍ଗ ଭାରତର ପଶ୍ଚିମ ଉପକୂଳରେ ବାଡେଇ ହୋଇଥିଲେ ମଧ୍ୟ ସେମିତି କିଛି ବଡ ଧରଣର କ୍ଷୟକ୍ଷତି କରିନାହିଁ । କିନ୍ତୁ ନିସର୍ଗ ପୂବ ର୍ରୁ ସାମୁଦ୍ରିକ ଝଡ ଅମ୍ଫାନ ପଶ୍ଚିମବଙ୍ଗ ଏବଂ ଓଡିଶାରେ ତାଣ୍ଡବ ରଚିଥିଲା । ଉପକୂଳ କ୍ଷୟ ଯୋଗୁଁ ୧୯୯୦ରୁ ୨୦୧୬ ମଧ୍ୟରେ ଭାରତ ୨୩୫ ବର୍ଗ କିଲୋମିଟର ଜମି ହରାଇଛି । ସିଏସଇ ଅଧ୍ୟୟନ ଅନୁସାରେ ବିଶ୍ୱ ତପନ ଓ ପରିସ୍ଥାନ ଧ୍ୱଂସ ହିଁ ଭାରତରେ ଜଳବାୟୁଗତ ବିପର୍ଯ୍ୟୟର ପ୍ରମୁଖ କାରଣ । ଦେଶରେ ବ୍ୟାପକ ପରିମାଣରେ ଜଙ୍ଗଲ ଧ୍ୱଂସ ହେଉଥିବା ନେଇ ମଧ୍ୟ ସିଏସଏଇ ରିପୋର୍ଟରେ କୁହାଯାଇଛି । ଦେଶର ୨୮୦ଟି ଜିଲ୍ଲାରେ ହ୍ରାସ ପାଉଥିବା ବନାଂଚଳ ଓ ୫ଟି ପ୍ରମୁଖ ନଦୀ ଅବବାହିକାରେ ଉତ୍କଟ ଜଳସଂକଟ ପରିବେଶଗତ ବିପର୍ଯ୍ୟୟର ସତର୍କ ସଂକେତ ପ୍ରଦାନ କରୁଛି । ଏହା ରୋକିବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦରକାର ।

୨୦୫୦ ସୁଦ୍ଧା କେବଳ ସବ୍ ସାହାରାନ ଆଫ୍ରିକା, ଦକ୍ଷିଣ ଏସିଆ ଓ ଲାଟିନ ଆମେରିକାରେ ୧୪ କୋଟି ଜଳବାୟୁ ଶରଣାର୍ଥୀ ସୃଷ୍ଟି ହେବେ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି । ଦିନକୁ ଦିନ ବଢି ଚାଲିଥିବା ଅଙ୍ଗାରକାମ୍ଳ ଗ୍ୟାସ ଉତ୍ସର୍ଜନ ଯୋଗୁଁ ଜଳ ପ୍ରଦୂଷଣ, ସଂକ୍ରମଣ ରୋଗ, ଖାଦ୍ୟ ଅଭାବ ଓ ଅଦ୍ଭୁତପୂର୍ବ ପ୍ରାକୃତିକ ବିପର୍ଯ୍ୟୟ ସଂଘଟିତ ହୋଇଛି । ବନ୍ୟା ଓ ବାତ୍ୟା ହେଲେ ଭାରତର ଉପକୂଳ ଓ ବ୍ୟାକଓାଟର ଅଞ୍ଚଳରେ ବସବାସ କରୁଥିବା ଲୋକେ ବ୍ୟାପକ କ୍ଷତି ସହନ୍ତି । ପ୍ରତିବର୍ଷ ୧୭ କୋଟି ଭାରତୀୟ କୌଣସି ନା କୌଣସି ପ୍ରାକୃତିକ କୋପର ସାମ୍ନା କରନ୍ତି । ସରକାରୀ ଅଧ୍ୟୟନ ଅନୁସାରେ ଭାରତର ଅଧିକାଂଶ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ନୁହଁନ୍ତି । ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ପରିବେଶଗତ ଅବକ୍ଷୟ ଯଥାସମ୍ଭବ କମ୍ କରିବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଜରୁରୀ ହୋଇ ପଡିଛି । ଦଶକ ଦଶକ ଧରି ପ୍ରକୃତିର ଶୋଷଣ ଯଦି ଆଗକୁ ବି ଜାରି ରହେ, ତାହା ହେଲେ ମଣିଷର ଅସ୍ତିତ୍ୱ ପ୍ରତି ଘୋର ବିପଦ ସୃଷ୍ଟି ହେବ । ଆରବ ସାଗରରେ ଗତ କିଛି ବର୍ଷ ଧରି ବାତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ଏହା ଜଳବାୟୁ ପରିବର୍ତ୍ତନର ପରିଣାମ । ହିଟ୍ ଷ୍ଟର୍ମ ଭଳି ଘଟଣାର ବୃଦ୍ଧି, ଆମାଜନ ଜଙ୍ଗଲରେ ନିଆଁ, ଫସଲ ବିନାଶକାରୀ ପଙ୍ଗପାଳ ଭଲି ଗୋଟିଏ ଗୋଟିଏ ସମସ୍ୟା ଜଳବାୟୁ ପରିବର୍ତନର ହିଁ ପରିଣାମ ।

ସିଙ୍ଗଲ ପେୟାର ଜିନ୍ସ ପ୍ରସ୍ତୁତ ପାଇଁ ୭ ହଜାର ୫ ଶହ ଲିଟର ପାଣି ଆବଶ୍ୟକ ହୁଏ । ଏତିକି ପରିମାଣର ପାଣି ଜଣେ ମଣିଷ ବର୍ଷସାରା ପିଇଥାଏ । ଜଳ, ଜଙ୍ଗଲ ଓ ଅନ୍ୟ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଜରୁରୀ ସହ ଆବଶ୍ୟକ ଅନୁସାରେ ହିଁ ବ୍ୟବହାର କରଯିବା ଉଚିତ । ଉଭୟ ସରକାର ଓ ଜନସାଧାରଣ ଯଦି ପରିବେଶ ସଂର କ୍ଷଣ ଦିଗରେ ଉଦାସୀନ ମନୋଭାବ ପୋଷଣ କରନ୍ତି, ତାହା ହେଲେ ଭବିଷ୍ୟତ ପୀଢି ରହିବା ପାଇଁ ବିଶ୍ୱରେ କୌଣସି ଜାଗା ରହିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.