ETV Bharat / bharat

ମନିଲଣ୍ଡରିଂ ମାମଲା: ପୂର୍ବତନ ଆପ କାଉନସିଲରଙ୍କୁ ରିମାଣ୍ଡରେ ନେବ ଇଡି

author img

By

Published : Sep 6, 2020, 7:04 PM IST

ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଆମ୍ ଆଦମୀ ପାର୍ଟି (ଆପ) କାଉନସିଲର ତାହିର ହୁସେନ୍‌ଙ୍କୁ ନଅ ଦିନ ରିମାଣ୍ଡରେ ନେବାକୁ ଇଚ୍ଛା କରିଛି । ଠକେଇ, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର ଭଳି ବିଭିନ୍ନ ଅଭିଯୋଗରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ବୁକ୍ କରିଛି । ଏହାପୂର୍ବରୁ ହୁସେନ୍‌ଙ୍କୁ ବିଚାର ବିଭାଗ ପକ୍ଷରୁ 6 ଦିନିଆ ରିମାଣ୍ଡରେ ନିଆଯାଇଥିଲା।

ମନିଲଣ୍ଡରିଂ ମାମଲା: ପୂର୍ବତନ ଆପ କାଉନସିଲରଙ୍କୁ ରିମାଣ୍ଡରେ ନେବ ଇଡି
ମନିଲଣ୍ଡରିଂ ମାମଲା: ପୂର୍ବତନ ଆପ କାଉନସିଲରଙ୍କୁ ରିମାଣ୍ଡରେ ନେବ ଇଡି

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଆମ୍ ଆଦମୀ ପାର୍ଟି (ଆପ) କାଉନସିଲର ତାହିର ହୁସେନ୍‌ଙ୍କୁ ନଅ ଦିନ ରିମାଣ୍ଡରେ ନେବାକୁ ଇଚ୍ଛା କରିଛି । ଠକେଇ, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର ଭଳି ବିଭିନ୍ନ ଅଭିଯୋଗରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ବୁକ୍ କରିଛି । ଏହାପୂର୍ବରୁ ହୁସେନ୍‌ଙ୍କୁ ବିଚାର ବିଭାଗ ପକ୍ଷରୁ 6 ଦିନିଆ ରିମାଣ୍ଡରେ ନିଆଯାଇଥିଲା।

କର୍କରଡୋମା କୋର୍ଟ କମ୍ପ୍ଲେକ୍ସର ଅତିରିକ୍ତ ସେସନ ଜଜ୍ ଅମିତାଭ ରାୱତ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ଇଡି ରିମାଣ୍ଡ ଆବେଦନକୁ ସ୍ଥଗିତ ରଖିଛନ୍ତି । ଏହାସହ କୋର୍ଟ ହୁସେନ୍‌ଙ୍କୁ ବିଚାର ବିଭାଗ ଅଧୀନରେ ଥିବା ତିହାର ଜେଲକୁ ପଠାଇଛନ୍ତି।

ଶନିବାର ଭିଡିଓ କନଫରେନ୍ସ ଜରିଆରେ ମାମଲାର ବିଚାର କରାଯାଇଥିଲା । ଏହି ମାମଲାରେ ହୁସେନଙ୍କ ଆଡଭୋକେଟ କେକେ ମେନନ ବିଭିନ୍ନ ଯୁକ୍ତି ଦର୍ଶାଇ ଇଡିର ରିମାଣ୍ଡ ଆବେଦନକୁ ବିରୋଧ କରିଥିଲେ।

ଆଇବି କର୍ମଚାରୀ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ କାଉନସିଲର ତାହିର ହୁସେନଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । ଏପରିକି ଚଳିତ ବର୍ଷ ଫେବୃଆରୀରେ ଉତ୍ତର ପୂର୍ବ ଦିଲ୍ଲୀରେ ସଂଗଠିତ ହିଂସାରେ ତାହିର ହୁସେନ୍ ଅଭିଯୁକ୍ତ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.