ETV Bharat / bharat

ମେହୁଲ ଚୋକସୀ ବିରୋଧରେ ନୂଆ ଚାର୍ଜସିଟ୍ ଦାଖଲ କଲା ଇଡି - ମେହୁଲ ଚୋକସୀଙ୍କ ବିରୋଧରେ ଇଡିର ନୂଆ ଚାର୍ଜସିଟ୍ ଦାଖଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଳାତକ ମେହୁଲ ଚୋକସୀଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟର ଉଦ୍ଦେଶ୍ୟ ହେଉଛି ଏଣ୍ଟିଗୁଆ ଓ ବାରବୁଦାରୁ ଚୋକସୀଙ୍କ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ।

ମେହୁଲ ଚୋକସୀଙ୍କ ବିରୋଧରେ ଇଡିର  ନୂଆ ଚାର୍ଜସିଟ୍ ଦାଖଲ

author img

By

Published : Jul 20, 2020, 3:28 PM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଳାତକ ମେହୁଲ ଚୋକସୀଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି । ସେ କିପରି ହୀରା କାରବାର କରି ଭାରତ, ଦୁବାଇ ଓ ଆମେରିକାର ଗ୍ରାହକ ତଥା ଋଣଦାତାଙ୍କୁ ଠକିବା ପାଇଁ ଏକ ସଂଗଠିତ ରାକେଟ ଚଳାଇଥିଲା, ତାହା ସ୍ପଷ୍ଟ କରାଯାଇଛି ।

ମେହୁଲ ଚୋକସୀଙ୍କ ବିରୋଧରେ ଇଡିର  ନୂଆ ଚାର୍ଜସିଟ୍ ଦାଖଲ
ମେହୁଲ ଚୋକସୀଙ୍କ ବିରୋଧରେ ଇଡିର ନୂଆ ଚାର୍ଜସିଟ୍ ଦାଖଲ

ଚାର୍ଜସିଟର ଉଦ୍ଦେଶ୍ୟ ହେଉଛି ଏଣ୍ଟିଗୁଆ ଓ ବାରବୁଦାରୁ ଚୋକସୀଙ୍କ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା । ଜଣେ ଅଧିକାରୀଙ୍କ କହିବାନୁସାରେ, କିଛି ଦିନ ପୂର୍ବେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । 13,500 କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଚୋକସି ଓ ନିରବ ମୋଦୀ ସହ ଏଣ୍ଟିଗୁଆ ଓ ବାରବୁଦାର ନାଗରିକ ହୋଇଥିଲେ । ଅନୁସନ୍ଧାନକାରୀ କହିଛନ୍ତି ଯେ ଗିରଫ ନହେବା ପାଇଁ ଚୋକସୀ ଦେଶ ଛାଡି ପଳାଇଥିଲେ ମଧ୍ୟ ସେ ଦାବି କରିଛନ୍ତି ଯେ ଜାନୁଆରୀ 2018 ରେ ସେ ବାଇପାସ୍ ସର୍ଜରୀ କରିବାକୁ ଭାରତ ଛାଡିଛନ୍ତି ଓ ତାଙ୍କୁ ଦୋଷୀ ସାବ୍ୟସ୍ତ ନକରାଯାଉ । PNB ଠକେଇ ମାମଲାରେ ଚୋକସୀ ଓ ଅନ୍ୟମାନଙ୍କ ଭୂମିକାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଇଡି ପୂର୍ବରୁ 2018 ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ଆମେରିକା, ୟୁଏଇ, ହଂକଂ ଓ ଭାରତରେ ଅବସ୍ଥିତ କମ୍ପାନୀର ବହୁ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିବୃତ୍ତି ଉପରେ ନିର୍ଭର କରି ଏହି ନୂତନ ଚାର୍ଜସିଟ୍ ପ୍ରକାଶ କରାଯାଇଛି । ଚାର୍ଜସିଟରେ ଦର୍ଶାଯାଇଛି ଯେ ହୀରା ନିର୍ମାଣ କମ୍ପାନୀ ସୁରାଟରେ ପରିଚାଳିତ ହୋଇଥିଲା ଯେଉଁଠାରେ ବହୁ ଉତ୍ପାଦନ ହୋଇଥିଲା । କମ୍ପାନୀ ନିଜେ ଚୋକସୀ ଦ୍ବାରା ପରିଚାଳନ ଓ କମ୍ପାନୀର କାରବାର ଉପରେ ନଜର ରଖିଥିଲେ । ଏଥିରେ ଦର୍ଶାଯାଇଛି ଯେ ଅସଲ ହୀରା ତୁଳନାରେ ଏହି ହୀରା ଗୁଡିକର ଆକାର, ଗୁଣ ଓ ରଙ୍ଗରେ ସମାନ ଥିଲା ।

ଚାର୍ଜସିଟରେ ଦର୍ଶାଯାଇଛି ଯେ ହଂକଂରେ ନିର୍ମିତ ‘M / S Shanyo Gong Si Ltd.’, ଆମେରିକୀୟ ‘M / S Voyager Brands’ ଓ ‘M / S Samuels Jewellers Inc.’ ସହାୟତାରେ ହଂକଂରେ ଉତ୍ପାଦିତ ଚୋକସୀଙ୍କ ହୀରାକୁ ଅସଲି ହୀରା କହି ବିକ୍ରି କରାଯାଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.