ETV Bharat / bharat

'ଗଭୀର ଖାଇରେ ଖସି ଖସି ଯାଉଛି ଅର୍ଥ ବ୍ୟବସ୍ଥା' - priyanka gandhi target modi

ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଖାଇରେ ଖସି ଖସି ଯାଉଛି । ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବିକା ଉପରେ ଖଣ୍ଡା ଝୁଲୁଛି । ଅର୍ଥ ବ୍ୟବସ୍ଥା ଆଉ କେତେ ତଳକୁ ଖସିଲା ପରେ ସରକାର ଆଖି ଖୋଲିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ଫଟୋ ସୌଜନ୍ୟ: ଟ୍ବିଟର@@priyankagandhi
author img

By

Published : Sep 10, 2019, 1:06 PM IST

ନୂଆଦିଲ୍ଲୀ: ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୁଣିଥରେ ମୋଦି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ୫ ବର୍ଷରେ ଦେଶର ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରକୁ ଆସିଛି । ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଖାଇରେ ଖସି ଖସି ଯାଉଛି । ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବିକା ଉପରେ ଖଣ୍ଡା ଝୁଲୁଛି । ଦେଶର ଅଟୋ ସମେତ ଅନ୍ୟ ଶିଳ୍ପ ସଂସ୍ଥାରେ ଛଟେଇ ଯୋଗୁ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ତଥାପି ମୋଦି ସରକାରଙ୍କ ଆଖି ଖୋଲିନାହିଁ । ଅର୍ଥ ବ୍ୟବସ୍ଥା ଆଉ କେତେ ତଳକୁ ଖସିଲା ପରେ ସରକାର ଆଖି ଖୋଲିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।

priyanka
ଫଟୋ ସୌଜନ୍ୟ: ଟ୍ବିଟର@@priyankagandhi

ଏହାପୂର୍ବରୁ ରବିବାର ମଧ୍ୟ ପ୍ରିୟଙ୍କା ଗାନ୍ଧୀ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର 100 ଦିନ ପୂର୍ତ୍ତି ଅବସରରେ ସେ ଏକ ଭିଡିଓ ଜାରି କରି ମୋଦିଙ୍କ ଉପରେ ବର୍ଷିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.