ETV Bharat / bharat

ପିଏମସି ବ୍ୟାଙ୍କ ଠକେଇ: 3 ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କ ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଙ୍ଗଳବାର 3ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Economic Offences Wing arrested 3 Directors of PMC Bank
ଫାଇଲ ଫଟୋ
author img

By

Published : Dec 3, 2019, 11:44 PM IST

ମୁମ୍ବାଇ: ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କ ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଙ୍ଗଳବାର 3ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । 4355 କୋଟିର ଘୋଟଲା ମାମଲାରେ ପିଏମସି ବ୍ୟାଙ୍କର ତିନି ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଜଗଦୀଶ ମୁଖେ, ମୁକ୍ତି ବାଭିସି ଓ ତୃପ୍ତି ବୈନ ।

ଇଓଡବ୍ଲ୍ୟୁର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ତିନି ନିର୍ଦ୍ଦେଶକ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକ୍ଚର ଲିମିଟେଡ(ଏଚଡିଆଇଏଲ) ଓ ଏହାର ସହଭାଗୀ କମ୍ପାନୀଙ୍କୁ ପ୍ରଦାନ କରାଯାଇଥିବା ଋଣ ସୁବିଧା ଓ ସମ୍ବନ୍ଧରେ ବ୍ୟାପକ ପଚରାଉଚରା ପାଇଁ ଗିରଫ କରାଯାଇଛି ।

ଏହା ସହ ଜଗଦୀଶ ମୁକେ ବ୍ୟଙ୍କର ନିର୍ଦ୍ଦେଶକ ସହ 2005ରେ ଆଡିଟ କମିଟିର ସଦସ୍ୟ ମଧ୍ୟ ରହିଥିଲେ । ସେହିପରି ବାଭିସି 2011ରେ ବ୍ୟାଙ୍କର ଋଣ ଓ ଅଗ୍ରୀମ ସମିତିର ନିର୍ଦ୍ଦେଶକ ଓ ସଦସ୍ୟ ମଧ୍ୟ ରହିଥିଲେ । ତୃପ୍ତି ବୈନ 2010 ରୁ 2015 ମଧ୍ୟରେ ବ୍ୟାଙ୍କର ଋଣ ଓ ଅଗ୍ରୀମ ସମିତି ପାଇଁ ଋଣ ଆଦାୟ ସମିତିର ମଧ୍ୟ ସଦସ୍ୟ ରହିଥିଲେ । ତିନି ଜଣ ନିର୍ଦ୍ଦେଶକଙ୍କୁ ବୁଧବାର ମୁମ୍ବାଇ କୋର୍ଟରେ ହାଜର କରାଯିବା କହିଛନ୍ତି ଇଓଡବ୍ଲ୍ୟୁର ବରିଷ୍ଠ ଅଧିକାରୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.