ମୁମ୍ବାଇ: ଆସନ୍ତାକାଲି(ସୋମବାର) ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟର ୱର୍ଲି ଅଞ୍ଚଳରୁ ନିର୍ବାଚନ କମିଶନ(ଇସି) ଜବତ କରିଛି 4କୋଟି 30 ଲକ୍ଷ ଟଙ୍କା । ଏହି ଟଙ୍କା ‘ଡିଏମକେ ଜାୱଲି ବ୍ୟାଙ୍କ’ର ବୋଲି ଜଣାପଡିଛି ।
ବ୍ୟାଙ୍କର ଏହି ଟଙ୍କା ପ୍ରକୃତ ସୁରକ୍ଷାରେ ଯାଉନଥିବାରୁ ଏହାକୁ ଜବତ କରାଯାଇଥିବା ଇସି ପକ୍ଷରୁ କୁହାଯାଇଛି । ତେବେ ଅଧିକ ତଦନ୍ତ ପାଇଁ ନିୟମ ଅନୁସାରେ ଏହି ଟଙ୍କାକୁ ଇନକମ ଟ୍ୟାକ୍ସକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ସୋମବାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ଯାଞ୍ଚ ଜୋରଦାର କରାଯାଇଛି ।