ETV Bharat / bharat

ସାଧ୍ବୀ ପ୍ରଜ୍ଞାଙ୍କ ଉପରେ ଇସିର କାର୍ଯ୍ୟାନୁଷ୍ଠାନ, ପ୍ରଚାର ଉପରେ ୩ ଦିନର ପ୍ରତିବନ୍ଧକ

ଆସନ୍ତାକାଲି ଅର୍ଥାତ ଗୁରୁବାର ସକାଳ ୬ଟାରୁ ୭୨ ଘଣ୍ଟା ଯାଏ ସାଧ୍ବୀ ପ୍ରଜ୍ଞା ନିର୍ବାଚନୀ ପ୍ରଚାର କରି ପାରିବେ ନାହିଁ । 'ବାବ୍ରୀ ମସଜିଦ ଭାଙ୍ଗି ଗର୍ବିତ' ବୋଲି ସେ ମନ୍ତବ୍ୟ ଦେଇଥିଲେ । ଯାହା ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

author img

By

Published : May 1, 2019, 10:26 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୋପାଳ: ନିର୍ବାଚନୀ ପ୍ରଚାର ବେଳେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଭୋପାଳରୁ ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ଯାହାକୁ ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲେ ବିରୋଧୀ । ଏହା ଉପରେ କଡା ପଦକ୍ଷେପ ନେଇ ନିର୍ବାଚନ ସାଧ୍ବୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୩ ଦିନର ରୋକ ଲଗାଇଛି ।

ଆସନ୍ତାକାଲି ଅର୍ଥାତ ଗୁରୁବାର ସକାଳ ୬ଟାରୁ ୭୨ ଘଣ୍ଟା ଯାଏ ସାଧ୍ବୀ ପ୍ରଜ୍ଞା ନିର୍ବାଚନୀ ପ୍ରଚାର କରି ପାରିବେନାହିଁ । 'ବାବ୍ରୀ ମସଜିଦ ଭାଙ୍ଗି ଗର୍ବିତ' ବୋଲି ସେ ମନ୍ତବ୍ୟ ଦେଇଥିଲେ । ଯାହା ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୂର୍ବରୁ ପ୍ରଜ୍ଞା ଠାକୁର ମୁମ୍ବାଇ ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ହେମନ୍ତ କରକରେ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ତାଙ୍କ ଅଭିଶାପରେ କରକରେଙ୍କ ଆତଙ୍କୀ ହତ୍ୟାରେ ମୃତ୍ୟୁ ହୋଇଥିଲା । ଏହାସହ ସେ କହିଥିଲେ ଯେ ବାବ୍ରୀ ମସଜିଦର ଢାଞ୍ଚା ବିଧ୍ବଂସ କରିଥିବାରୁ ମୋତେ କୌଣସି ପଶ୍ଚାତ ହେଉନାହିଁ, ବରଂ ଗର୍ବ ଅନୁଭବ କରୁଛି ବୋଲି ସାଧ୍ବୀ ପ୍ରଜ୍ଞା କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.