ETV Bharat / bharat

କୋରୋନା ଚିକିତ୍ସା ପାଇଁ ଭାରତରେ ଇବୋଲା ମେଡିସିନ ରେମ‌ଡେସିଭିରକୁ ମିଳିପାରେ ମଞ୍ଜୁରୀ - ଇବୋଲା ମେଡିସିନ ରେମ୍‌ଡେସିଭିର

କୋରୋନା ଚିକିତ୍ସାରେ ପ୍ରଭାବଶାଳୀ ଔଷଧ ଥିବା ରେମ୍‌ଡେସିଭିର ମଧ୍ୟ ଦେଶରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇପାରେ । ଏହି ପ୍ରସଙ୍ଗରେ ବୁଧବାର କେନ୍ଦ୍ରୀୟ ଡ୍ରଗ୍ସ ନିୟାମକ ପ୍ରାଧିକରଣ (ସିଡିଏସକୋ) ସହିତ ରେମଡେସିଭିର ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ଔଷଧ ପାଇଁ କମ୍ପାନୀ ପୂର୍ବରୁ ଏକ ପେଟେଣ୍ଟ ଦାଖଲ କରିସାରିଛି ଏବଂ ଏହି ଔଷଧ ଉତ୍ପାଦନ ତଥା ବିତରଣ ପାଇଁ ତିନୋଟି ଭାରତୀୟ କମ୍ପାନୀ ସହ ସହଭାଗୀ ହୋଇଛି ।

ଇବୋଲା ମେଡିସିନ ରେମ୍‌ଡେସିଭିର
ଇବୋଲା ମେଡିସିନ ରେମ୍‌ଡେସିଭିର
author img

By

Published : May 21, 2020, 11:44 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ ବିସ୍ତାର ହେବାରେ ଲାଗିଛି ମାରାତ୍ମକ ଭୂତାଣୁ କୋରୋନା । ଏପରି ସ୍ଥଳେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ରେମ୍‌ଡେସିଭିର ଔଷଧ କୋରୋନା ଭୂତାଣକୁ ରୋକିବାର ସଫଳ ହେବା ଖବର ପୂର୍ବରୁ ଆସିଛି । ଏବେ କୋରୋନା ଚିକିତ୍ସାରେ ପ୍ରଭାବଶାଳୀ ଔଷଧ ଥିବା ରେମ୍‌ଡେସିଭିର ମଧ୍ୟ ଦେଶରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇପାରେ । ଏହି ପ୍ରସଙ୍ଗରେ ବୁଧବାର କେନ୍ଦ୍ରୀୟ ଡ୍ରଗ୍ସ ନିୟାମକ ପ୍ରାଧିକରଣ (ସିଡିଏସକୋ) ସହିତ ରେମଡେସିଭିର ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ଔଷଧ ପାଇଁ କମ୍ପାନୀ ପୂର୍ବରୁ ଏକ ପେଟେଣ୍ଟ ଦାଖଲ କରିସାରିଛି ଏବଂ ଏହି ଔଷଧ ଉତ୍ପାଦନ ତଥା ବିତରଣ ପାଇଁ ତିନୋଟି ଭାରତୀୟ କମ୍ପାନୀ ସହ ସହଭାଗୀ ହୋଇଛି ।

ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯିବା ପାଇଁ ଆମେରିକାର ଡ୍ରଗ୍ ଆଡମିନିଷ୍ଟ୍ରେସନ ଜରୁରୀକାଳୀନ ଅନୁମୋଦନ ଦେଇଛି । କେତେକ ସର୍ତ୍ତ ସହିତ ଜାପାନରେ ମଧ୍ୟ ଅନୁମୋଦନ ଦିଆଯାଇଛି । ପ୍ରକାଶ ଯେ, ୟୁରୋପୀୟ ୟୁନିଅନ୍ ମଧ୍ୟ ଏହି ଔଷଧକୁ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି।

ସୂଚନାନୁସାରେ, ଡ୍ରଗ୍ ନିୟାମକ ପ୍ରାଧିକରଣ ଅନ୍ୟ ଦେଶରେ ଔଷଧର ପ୍ରଭାବ ବିଶ୍ଳେଷଣ କରୁଛି, ଯାହା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ଆମେରିକାର ଡ୍ରଗ୍ ଆଡମିନିଷ୍ଟ୍ରେସନ୍, ୟୁରୋପୀୟ ୟୁନିଅନ୍ ଏବଂ ଜାପାନ ପରି ଦେଶରେ ଅନୁମୋଦନ ପରେ ଏହା ଭାରତରେ ମଧ୍ୟ ଅନୁମୋଦିତ ହୋଇପାରିବ ବୋଲି ବିଶ୍ବାସ କରାଯାଏ । ଭାରତରେ କ୍ଲିନିକାଲ୍ ପରୀକ୍ଷା ବିନା ଅନ୍ୟ ଦେଶରେ ଔଷଧକୁ ଅନୁମତି ଦେଇପାରିବ ।

ରେମ୍‌ଡେସିଭିର ମୂଳତଃ ଏକ ଇବୋଲା ଔଷଧ କିନ୍ତୁ ଏହା କୋଭିଡ ଚିକିତ୍ସାରେ ମଧ୍ୟ ଉପଯୋଗୀ ବୋଲି ଜଣାପଡିଛି । ତିନିଜଣ ଗୁରୁତର ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣ ଏଥିରୁ ସୁସ୍ଥ ଅଛନ୍ତି ବୋଲି ରିପୋର୍ଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.