ETV Bharat / bharat

ଖରାଦିନେ ଖାଆନ୍ତୁ ଏହି ଫଳ ଓ ପନିପରିବା, ଦୂର ହେବ ଡିହାଇଡ୍ରେସନ ସମସ୍ୟା

ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ଅଭାବରୁ ଲୋକମାନେ ଅସୁସ୍ଥ ହୋଇପଡନ୍ତି । ଆଉ ଖରା ଦିନେ ବେଶୀ ଡିହାଇଡ୍ରେସନ୍ ସମସ୍ୟା ଦେଖାଯାଇଥାଏ । ଅଧିକ ପଢନ୍ତୁ....

author img

By

Published : Apr 20, 2020, 9:53 PM IST

Eat these fruits and vegetables in the summer
ଦୂରହେବ ଡିହାଇଡ୍ରେସନ ସମସ୍ୟା

ହାଇଦ୍ରାବାଦ: ଏପ୍ରିଲ୍ ମାସ ଶେଷ ହେବାକୁ ଯାଉଛି ଏବଂ ଉତ୍ତାପର ମାତ୍ରା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବା ଆରମ୍ଭ ହୋଇଛି । ଲୋକମାନେ ପ୍ରାୟତଃ ଗ୍ରୀଷ୍ମ ଋତୁରେ ଡିହାଇଡ୍ରେସନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଡିହାଇଡ୍ରେସନର ସମସ୍ୟା ଏଇଥିପାଇଁ ହୋଇଥାଏ କାରଣ ଖରାଦିନେ ଶରୀର ଅଧିକ ଜଳ ଆବଶ୍ୟକ କରିଥାଏ ।

ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ଅଭାବରୁ ଲୋକମାନେ ଅସୁସ୍ଥ ହୋଇପଡନ୍ତି ଏବଂ ସେମାନଙ୍କୁ ଅନେକ ପ୍ରକାରର ଔଷଧ ଖାଇବାକୁ ପଡେ । ତଥାପି, ଆପଣଙ୍କ ଖାଦ୍ୟରେ କିଛି ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରି ଆପଣ ଡିହାଇଡ୍ରେସନ୍ ସମସ୍ୟାରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା ସେହି ଫଳ ଏବଂ ପନିପରିବା ଗୁଡିକ କଣ ।

ଖରଭୂଜ

ଗ୍ରୀଷ୍ମରେ ଖରଭୂଜକୁ ଅଧିକ ପସନ୍ଦ କରାଯାଏ । ମିଠା ଏବଂ ସୁଗନ୍ଧିତ ଖରଭୂଜରେ କ୍ୟାଲୋରୀରେ ମାତ୍ରା ବହୁତ କମ୍ ପରିମାଣରେ ଥାଏ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ 90% ପର୍ଯ୍ୟନ୍ତ ଜଳ ମିଳିଥାଏ ଯାହା ଶରୀରକୁ ହାଇଡ୍ରେଟ୍ ରଖେ ।

ଫୁଲକୋବି

ହେଲ୍ଥ କ୍ଲେଭଲ ଆଣ୍ଡ କ୍ଲିନିକର ରିପୋର୍ଟ ଅନୁଯାୟୀ, ଫୁଲକୋବିରେ 92% ପର୍ଯ୍ୟନ୍ତ ଜଳ ମିଳିଥାଏ । ଫୁଲକୋବି ଭିଟାମିନ୍ ସି, ଭିଟାମିନ୍ କେ ଏବଂ ଅନ୍ୟାନ୍ୟ କ୍ରୁସିଫର୍ସ ମିଳିଥାଏ । ଫୁଲକୋବି କେବଳ ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ନାହିଁ ବରଂ କୋଲେଷ୍ଟ୍ରଲ ଏବଂ କମ୍ କର୍କଟ ରୋଗର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତରଭୁଜ

ଖରାଦିନେ ଲୋକମାନେ ଭଲ ଏବଂ ମିଠା ତରଭୁଜକୁ ପସନ୍ଦ କରନ୍ତି । ତରଭୁଜରେ ପ୍ରାୟ 90% ଜଳ ମିଳିଥାଏ । ଏହା ସହିତ, ଏହି ଫଳ ଲାଇକୋପିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ।

ମୂଳ ପନିପରିବା

ମୂଳ ପନିପରିବା ଯେପରିକି ମୂଳା, ଗାଜର, ବିଟ୍ ରେ 95% ପର୍ଯ୍ୟନ୍ତ ଜଳ ଧାରଣ କରିଥାଏ । ଗ୍ରୀଷ୍ମରେ ଏହି ପନିପରିବା ଗ୍ରହଣ କରିବା ଦ୍ୱାରା ପେଟ ଥଣ୍ଡା ରହିଥାଏ ଏବଂ ଶରୀରରେ ଜଳର ଅଭାବ ହୋଇନଥାଏ । ଆପଣ ଏହି ପନିପରିବାଗୁଡ଼ିକୁ ସାଲାଡ ଭାବରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।

କାକୁଡି

ଭାରତୀୟ ଘରେ କାକୁଡି ସାଲାଡ ଏବଂ ରାଇତା ଭାବରେ ଖିଆଯାଏ । ଖରାରେ ଆପଣ କାକୁଡି ସୁପ ମଧ୍ୟ ପିଇପାରିବେ । କାକୁଡିରେ 90% ପର୍ଯ୍ୟନ୍ତ ଜଳ ମିଳିଥାଏ । ତେଣୁ ଗ୍ରୀଷ୍ମରେ କାକୁଡି ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.