ETV Bharat / bharat

ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ

ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀରର ରଜୌରୀ। ରାତି ପ୍ରାୟ ଦୁଇଟା ବେଳେ ଏହି ଭୂକମ୍ପ ଅନୁଭୂତ ହୋଇ ଥିଲା। ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ କରାଯାଇଛି।

author img

By

Published : Jul 8, 2020, 8:30 AM IST

ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ
ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ

ଶ୍ରୀନଗର: ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀରର ରଜୌରୀ। ରାତି ପ୍ରାୟ ଦୁଇଟା ବେଳେ ଏହି ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ଆସିନାହିଁ।

ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା 3.4 ଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଅନୁମାନ କରାଯାଇଥିଲା। ସେହି ସମୟରେ ହିମାଚଳ ପ୍ରଦେଶରେ ମଧ୍ୟ 3.2 ତୀବ୍ରତାର ଭୂକମ୍ପର ଝଟକା ଲାଗିଥିଲା।

ଏହା ପୂର୍ବରୁ ଲଦାଖ, ଗୁଜୁରାଟ ଓ ମିଜୋରାମରେ ରବିବାର ଭୂକମ୍ପରେ ଥରିଥିଲେ ଲୋକେ। ସକାଳ 3.37 ରେ ଲଦାଖର କାର୍ଗିଲରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ରିକ୍ଟର ସ୍କେଲରେ 4.7 ତୀବ୍ରତା ଥିଲା।

ଏହା ପରେ ରବିବାର ସନ୍ଧ୍ୟାରେ ଗୁଜରାଟର କୁଚରେ ଏକ ଭୂକମ୍ପ ହୋଇଥିଲା। ରବିବାର ଦିନ ମିଜୋରାମର ଚମ୍ପାଇ ଜିଲ୍ଲାରେ 4.6 ତୀବ୍ରତାର ଏକ କମ୍ପନ ଅନୁଭୂତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.