ETV Bharat / bharat

ଗୁଜୁରାଟରେ 4.3 ତୀବ୍ରତାର ଭୂକମ୍ପ ଝଟକା

ଶନିବାର ଅପରାହ୍ନରେ ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଅଧିକ ପଢନ୍ତୁ....

Earthquake tremors felt in gujarat
ଗୁଜୁରାଟରେ 4.3 ତୀବ୍ରତାର ଭୂକମ୍ପ ଝଟକା
author img

By

Published : Nov 7, 2020, 4:52 PM IST

ଗାନ୍ଧୀନଗର: ଶନିବାର ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.3 ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଅପରାହ୍ନ ସମୟରେ ରାଜ୍ୟରେ 4.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହାର କେନ୍ଦ୍ରସ୍ଥଳ ନେଟ୍ରଙ୍ଗ ତହସିଲର ମୋତାମଲପୋରରେ ଥିଲା, ଯାହାକି ଭାରୁଚ ସହର ଠାରୁ 36 କିଲୋମିଟର ଦୂରରେ ଅବସ୍ଥିତ ।

ଭୂମିକମ୍ପ ଝଟକା ପଞ୍ଚମହଲ, ହୋଲୋଲ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ହୋଇଥିବା ସୂଚନା ମିଳିଛି । ଝଟକା ଅନୁଭବ ହେବା ପରେ ଅଫିସରେ କାର୍ଯ୍ୟରତ କର୍ମଚାରୀ ଓ ଘରୁ ଲୋକମାନେ ବାହାରକୁ ବାହାରି ଆସିଥିଲେ । ତେବେ ବର୍ତ୍ତମାନ କୌଣସି କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.