ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ କାର୍ଗିଲ

author img

By

Published : Sep 8, 2020, 7:46 AM IST

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ କାର୍ଗିଲ। ରିକ୍ଟର ସ୍କେଲରେ ତୀବ୍ରତା 4.0 ଓ 4.4 ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ମିଳିଛି।

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ କାର୍ଗିଲ
ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ କାର୍ଗିଲ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ। ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ମିଳିଛି।

ଭୂକମ୍ପର କେନ୍ଦ୍ରସ୍ଥଳ ଦିଗଲିପୁରରୁ 20 କିଲୋମିଟର ପୂର୍ବ -ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିଲା। ଏହି ଝଟକା ସକାଳ ପ୍ରାୟ 3 ଟାରେ ହୋଇଥିବା ଖବର ରହିଛି। ଭୂକମ୍ପରେ କ୍ଷୟକ୍ଷତିର କୌଣସି ହିସାବ ନାହିଁ।

ସେହିପରି ମଙ୍ଗଳବାର ସକାଳୁ କାର୍ଗିଲରେ ମଧ୍ୟ 4.4 ତୀବ୍ରତା ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଲଦାଖର କାର୍ଗିଲର 435 କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ହୋଇଛି ବୋଲି ଏନସିଏସ୍ କହିଛି। ତେବେ ଏନେଇ ଧନଜୀବନ କ୍ଷୟକ୍ଷତି ବିଷୟରେ ଜଣାପଡିନଥିବା ବେଳେ ସାଧାରଣରେ ଆତଙ୍କ ଖେଳିଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.