ETV Bharat / bharat

କୋରୋନା ଭାଇରସ୍‌ ଆତଙ୍କ ବେଳେ ଥରିଲା ଚୀନ - ଭୂକମ୍ପରେ ଥରିଲା ଚୀନ

ଚୀନର ପିଛା ଛାଡୁନି ବିପଦ। ଗୋଟିଏ ପଟେ କୋରୋନା ଘାଇଲା କରୁଥିବା ବେଳେ ଏପଟେ ଦେଶକୁ ଥରାଇଛି ଭୂକମ୍ପର ଝଟକା। ଆଜି ଦକ୍ଷିଣ ପଶ୍ଚିମ ଚୀନରେ 5.1 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୁତ ହୋଇଛି। ଅଧିକ ଖବର ପଢନ୍ତୁ...

earthquake
କୋରୋନା ଭାଇରସ ଆତଙ୍କ ବେଳେ ଥରିଲା ଚୀନ
author img

By

Published : Feb 3, 2020, 7:29 PM IST

ନୂଆଦିଲ୍ଲୀ: ଚୀନ ପିଛା ଛାଡୁନି ବିପଦ। କୋରୋନା ଭାଇର୍ସ‌ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାକୁ ବସିଥିବା ବେଳେ ଏପଟେ ଭୂକମ୍ପ ଥରାଇଲାଣି ଚୀନବାସୀଙ୍କୁ। ସୋମବାର ଦକ୍ଷିଣ ପଶ୍ଚିମ ଚୀନରେ 5.1 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୁତ ହୋଇଛି।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ 21 କିଲୋମିଟର ଗଭୀରତାରେ 30.74 ଉତ୍ତର ଅକ୍ଷାଶଂରୁ 104.46 ଡିଗ୍ରୀ ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ରହିଛି। ଏନେଇ ଚୀନର ଭୂତତ୍ତ୍ବବିତ୍ ଜଣାଇଛନ୍ତି।

ଭୂକମ୍ପରେ ପ୍ରଭାବିତ 150 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ ରିଲିଫ ବଣ୍ଟନ ପାଇଁ 34ଟି ଗାଡି ଚୀନର ଭୂକମ୍ପ ପ୍ରଭାବିତ ସ୍ଥାନକୁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ଭୂକମ୍ପରେ ପ୍ରାୟ 10 ସେକେଣ୍ଡ ଥରିଥିଲେ ଚୀନବାସୀ। ଶକ୍ତିଶାଳୀ ଭୂକମ୍ପର ଝଟକା ପରେ ଛୋଟ ଛୋଟ ଭୂକମ୍ପର ଝଟକା ମଧ୍ୟ ଲାଗିଥିଲା।

ସୂଚନା ଥାଉକି, ଚୀନର ହୁୱାଇ ପ୍ରାନ୍ତରୁ ବ୍ୟାପୁଥିବା କୋରୋନା ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 361ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାରରେ ପହଞ୍ଚିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.