ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଭୂ-କମ୍ପ ଝଟକା । ଦିଲ୍ଲୀ-ଗୁରୁଗାଁଓ ବର୍ଡରରେ ମୃଦୁ ଭୂ-କମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1ଟା ସମୟରେ ଭୂ-କମ୍ପ ହୋଇଥିଲା । ରିକ୍ଟର ସେଲ ଏହାର ତ୍ରୀବତା 2.1 ରହିଛି । ଏହାର ଗଭୀରତା 18 କିମି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ନାହିଁ ।
ସୂଚନାଯୋଗ୍ୟ, ଗତ 2 ମାସ ମଧ୍ୟରେ ଦିଲ୍ଲୀରେ 10 ଥର ଭୂ-କମ୍ପ ଅନୁଭୂତ ହୋଇଛି । ଦୀର୍ଘ ସମୟ ପରେ ଭୂ-କମ୍ପର କେନ୍ଦ୍ରସ୍ଥଳୀ ପାଲଟିଛି ଦିଲ୍ଲୀ, ଫରିଦାବାଦ ଏବଂ ରୋହତକର।
ଭାରତ ସରକାରଙ୍କ ରେକର୍ଡରୁ ଜଣାପଡିଛି ଯେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର (ଦିଲ୍ଲୀ-ଏନସିଆର) ଜୋନ 4 ଅଧିକ ତ୍ରୀବତା ଭୂ-କମ୍ପ ହେଉଛି। ଏଠାରେ ରିକ୍ଟର ସ୍କେଲରେ ତ୍ରୀବତା 8 ରହିଥାଏ ।