ETV Bharat / bharat

ରାଜସ୍ଥାନ ବିକାନେରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 4.3 - ଭୂମିକମ୍ପ

ରାଜସ୍ଥାନ ବିକାନେର ଜିଲ୍ଲାରେ ଭୂକମ୍ପ ଝଟକା । ଶନିବାର ସକାଳ 10.26 ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା 4.3 ରହିଥିଲା ।

ରାଜସ୍ଥାନ ବିକାନେରରେ ଭୂକମ୍ଫ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 4.3

author img

By

Published : Jun 13, 2020, 6:21 PM IST

ଜୟପୁର: ରାଜସ୍ଥାନ ବିକାନେର ଜିଲ୍ଲାରେ ଭୂକମ୍ପ ଝଟକା । ଶନିବାର ସକାଳ 10.26 ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରହିଛି । ତେବେ ଭୂକମ୍ପ ଝଟକା କିଛି କ୍ଷୟକ୍ଷତି ହୋଇ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ 35 କିଲୋମିଟର ଗଭୀରରେ ଥିଲା ।

ବିକାନେର ବ୍ୟତୀତ ଗ୍ରାମାଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଖୁବ କମ ସମୟ ପାଇଁ ହୋଇଥିଲା । ଏହା ଯୋଗୁଁ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । କିନ୍ତୁ ଏଥିରେ କୌଣସି ପ୍ରକାରର କ୍ଷତି ହୋଇନଥିବା ସୂଚନା ମିଳିଛି । ଗତ 29 ମଇରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.