ଶ୍ରୀନଗର: ସମ୍ପ୍ରତି କୋରୋନା ସଙ୍କଟ ମଧ୍ୟରେ ଦେଶକୁ ଏବେ ପ୍ରାକୃତିକ ବିପର୍ଯ୍ୟର ସାମ୍ନା ମଧ୍ୟ କରିବାକୁ ପଡୁଛି । ସୋମବାର ଭୂକମ୍ପ ଝଟକାରେ ଦୋହଲିଛି ଜମ୍ମୁ-କାଶ୍ମୀର । ସୋମବାର ରାତି4.36 ମିନିଟ ସମୟରେ ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ରହିଛି ।
ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ରହିନାହି । ସୂଚନାଯୋଗ୍ୟ ଯେ, ଗତ ଦୁଇ-3 ମାସ ଦେବ ଦେଶ ବିଭିନ୍ନ ପ୍ରାନ୍ତରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ-ଏନସିଆରରେ ଗତ 45 ଦିନରେ 10ରୁ ଅଧିକ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ ଗୁଜୁରାଟ ଏବଂ ଝାଡଖଣ୍ଡ ସମେତ ଅନେକ ରାଜ୍ୟରେ ସମୟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହେଉଥିବା ଦେଖିବାକୁ ମିଳୁଛି ।