ଜୟପୁର: ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ଭୂକମ୍ପ ଝଟକା । ବୁଧବାର ଦିନ ସାଢେ 3ଟା ସମୟରେ 3 ସେକେଣ୍ଡ ଧରି ଭୂକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ରହିଛି । ତେବେ ଏହାର ଝଟକା ଏତେ ଜୋରଦାର ନଥିବାବେଳେ, ଏହା ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ହେବାର ଆଶଙ୍କା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏନେଇ ମତ ରଖି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ଯେ, ବୁଧବାର ଦିନ ସାଢେ 3ଟା ବେଳେ ହଠାତ କବାଟ ଝରକା ଥରିବା ଆରମ୍ଭ କରିଥିଲା। ଖୁବ କମ ସମୟ ପାଇଁ ଏପରି ହୋଇଥିଲା । ଏହା ଯୋଗୁଁ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ଏଥିରେ କୌଣସି ପ୍ରକାରର କ୍ଷତି ହୋଇନାହିଁ।