ETV Bharat / bharat

3 ଦିନିଆ ବିଦେଶ ଗସ୍ତରେ ଗଲେ ସୁଷମା ସ୍ୱରାଜ - India

ତିନି ରାଷ୍ଟ୍ର ଗସ୍ତରେ ଗଲେ ବୈଦେଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜ । ତିନି ଦିନର ଗସ୍ତ ଅବଧିରେ ବୁଲଗେରିଆ, ମରକ୍କୋ ଓ ସ୍ପେନ ପରିଦର୍ଶନରେ ଯିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 16, 2019, 1:24 PM IST

ନୂଆଦିଲ୍ଲୀ: ବୈଦେଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି 3 ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି । ଆଗାମୀ ତିନି ଦିନ ମଧ୍ୟରେ ସେ ବୁଲଗେରିଆ, ମରୋକ୍କୋ ଏବଂ ସ୍ପେନ ପ୍ରଭୃତି ରାଷ୍ଟ୍ର ପରିଦର୍ଶନରେ ଯିବେ । ଏହି ଅବସରରେ ସେ ଦ୍ୱିପାକ୍ଷିକ ସମ୍ବଦ୍ଧର ସମୀକ୍ଷା ଏବଂ ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମରେ ଭାଗନେବେ ।

ପ୍ରଥମ ଭାରତୀୟ ବିଦେଶ ମନ୍ତ୍ରୀ ଭାବେ ବୁଲଗେରିଆ ଗସ୍ତ କରୁଛନ୍ତି ସୁଷମା ସ୍ୱରାଜ । ଗତବର୍ଷ ସେପ୍ଟେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଠାକୁ ଗସ୍ତ କରିଥିଲେ । ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଥିବା ବେଳେ ସୁଷମାଙ୍କ ଏହି ଗସ୍ତ ବାଣିଜ୍ୟିକ, ଆଞ୍ଚଳିକ ଏବଂ ବୈଷୟିକ ସ୍ତରରେ ଦୁଇ ଦେଶର ସହଭାଗିତାକୁ ବଢ଼ାଇବ । ସେଠାରେ ସେ ନିଜର ପ୍ରତିପକ୍ଷ ଏବଂ ଭାରତୀୟ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
undefined

ସେହିଭଳି ଆସନ୍ତା 17 ରୁ 18 ମଧ୍ୟରେ ବୈଦେଶିକ ମନ୍ତ୍ରୀ ମରକ୍କୋ ଗସ୍ତ କରିବେ । ଏହି ଅବସରରେ ସେ ସ୍ୱତନ୍ତ୍ର ଆଲୋଚନାରେ ଭାଗେନେବେ । ଏହାସହ ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ, ଗୃହ ନିର୍ମାଣ, ଯୁବ ବ୍ୟାପାର ଆଦି ପ୍ରସଙ୍ଗରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଗସ୍ତର ଶେଷ ପର୍ଯ୍ୟାୟରେ ସୁଷମା ସ୍ପେନ ଯାତ୍ରା କରୁଥିବା ବେଳେ ଏହି ଅବସରରେ ସେଠାକାର ସରକାର ତାଙ୍କୁ ସମ୍ମାନିତ କରିବେ । 2015ରେ ନେପାଳରେ ହୋଇଥିବା ଭୂମିକମ୍ପ ବେଳେ ଫସିରହିଥିବା 71 ଜଣ ସ୍ପେନ ନାଗରିକଙ୍କୁ ଭାରତ ଉଦ୍ଧାର କରିଥିଲା । ଭାରତର 'ଅପରେସନ ମୈତ୍ରୀ'କୁ ସମ୍ମାନ ଜଣାଇ ସୁଷମାଙ୍କୁ 'ଗ୍ରାଣ୍ଡ କ୍ରସ ଅଫ୍ ଦ ଅର୍ଡର ଅଫ୍ ସିଭିଲ୍ ମେରିଟ' ସମ୍ମାନରେ ସମ୍ମାନିତ କରିବେ ସ୍ପେନ ସରକାର ।

||ବରଗଡ ||
        
        ପିଢୀ ପିଢୀ ଧରି ଜୀବନ ଜୀବିକା ଚଳାଇ ଆସୁଥିଲେ ଶୁଦ୍ଧା ନା ଅଛି ଜମି ଡିହ ଖଣ୍ଡେ ନା ମିଳିପାରିଛି ସ୍ଥାୟୀ ପରିଚୟ ଟିଏ | ଏପରି ହଜାର ହଜାର ଭୂମିହିନ ବରଗଡ ତହସିଲ ଅଞ୍ଚଳରେ ରହିଥିବା ବେଳେ ଦୀର୍ଘ ଦୁଇ ବର୍ଷ ହେଲା ସ୍ଥାୟୀ ଜମି ପଟ୍ଟା ଟିକକ ପାଇଁ ସରକାରଙ୍କ ଠାରେ ଦାବି କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହି | ସରକାରଙ୍କ ଜାଗା ମିସନ ଯୋଜନା ର ମଧ୍ୟ ଫଳପ୍ରଦ ହୋଇନାହି ବରଗଡ ରେ | ଫଳରେ ହଜାର ହଜାର ଭୂମିହୀନ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଏବଂ ଜମି ନାହି ତ ଭୋଟ ନାହି ନାରା ଦେଇ  ଆଜି ଜୟ କୋସଳ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ରେଲି କରାଯାଇ ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ୟେଶ୍ୟ ରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା ।
            
                       ବରଗଡ଼ ଜିଲ୍ଲାରେ ୮୦୦୦ ରୁ ଉର୍ଦ୍ଧ୍ୱ ଭୂମିହୀନ ଲୋକ ରହିଥିବା ବେଳେ ସରକାରଙ୍କ ଭୂ-ବନ୍ଦୋବସ୍ତ ଆଇନ ୧୯୬୨ ଓ ୧୯୮୩ ଅନୁସାରେ ପ୍ରତ୍ୟେକ ଭୂମିହୀନ ପରିବାରକୁ ଜମି ଯୋଗେଇଦେବାର ବ୍ୟବସ୍ଥା ରହିଥିବାବେଳେ ଆଜି ଶୁଦ୍ଧା ଏହାର କାର୍ଯ୍ୟକାରୀ ହୋଇପାରି ନାହିଁ ।  ଅନ୍ୟପକ୍ଷେ ରାଜ୍ୟ ସରକାର ଗତ ନଭେମ୍ବର ମାସରେ  ଜାଗା ମିସନ ନାମରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଯୋଜନା ଲାଗୁକରିଥିବା ବେଳେ ୨୦୨୨ ମସିହା ସୁଦ୍ଧା ସମସ୍ତ ଭୂମିହୀନ ମାନଙ୍କୁ ପକ୍କାଘର ଯୋଗେଇଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି କିନ୍ତୁ ବରଗଡ଼ ସହରରେ ଆଜି ଯାଏ  ଭୂମିହୀନ ମାନଙ୍କୁ ଠିକ ଭାବେ ସର୍ଭେ କରାଯାଇପାରି ନାହି | ଜୟା କୋଶଳ ଭୂମିହିନ ସଂଗ୍ରାମ ସମିତି ପକ୍ଷରୁ ଦୀର୍ଘ 1୮ ମାସ ହେଲା ଭୂମିହୀନ ମାନଙ୍କ ଜମିପଟ୍ଟା ପାଇଁ ଲଢେଇ କରିଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନଥିବା ଯୋଗୁଁ  ସରକାରଙ୍କ ଏହି ଯୋଜନା ଉପରେ ଏଠାକାର ଭୂମିହୀନ ଲୋକେ ଆଦୌ ବିଶ୍ବାସ କରିପାରିନାହାନ୍ତି |  
 ତେବେ ଜିଲ୍ଲାରେ ବେସରକାରୀ ଆକଳନ ଭାବେ ୮୦୦୦ ଜମିହିନ ପରିବାର ରହିଥିବା ବେଳେ ସରକାରୀ ତଥ୍ୟ ହିସାବରେ ୫୦୦୦ ଭୂମିହିନ ରହିଥିବା କୁହାଯାଉଛି ଏବଂ  ଆଜି ସୁଦ୍ଧା ମାତ୍ର ୫୦୦ ପରିବାରକୁ ଜମିପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ଜମିପଟ୍ଟା ପାଇଥିବା ଲୋକେ ଆଜି ଯାଏ ଜମିକୁ  ନିଜ ଅକତିଆର ରେ କରିପାରିନାହାନ୍ତି | ଅନ୍ୟ ଲୋକ ମାନେ ସେହି ଜମି ଗୁଡିକୁ ଅକ୍ତିଆର କରି ରଖିଛନ୍ତି | ତେବେ ନିର୍ବାଚନ ପୂର୍ବରୁ ସରକାର ଜାଗା ମିସନ ନାରେ ଭୋଟ ବ୍ଯେଙ୍କ ତିଆରି କରିବା ପାଇଁ ଏପରି ଘୋଷଣା କରିଛନ୍ତି ନା ପ୍ରକୃତରେ ଲୋକେ ଏହି ଯୋଜନାରେ  ଉପକୃତ ହେଉଛନ୍ତି ତାହା ଆଗକୁ ଜଣାପଡିବ |

ବାଇଟ ଓ ଭିଡିଓ MOJO ରେ ଯାଇଛି |

ବାଇଟ ୧- ଲକ୍ଷ୍ମୀ ବାଗ ( ଭୂମିହୀନ)
 ବାଇଟ ୨- ଭୂମିସୂତା ମାଝି ( ଭୂମିହୀନ)
 ବାଇଟ ୩- ରମେଶ ମହାପାତ୍ର ( ଆନ୍ଦୋଳନକାରୀ )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.