ETV Bharat / bharat

ଇ-ପିଣ୍ଡଦାନ: ମୋକ୍ଷ ପ୍ରାପ୍ତି ପାଇଁ ଆଗୁଆ ଅନଲାଇନ ବୁକିଂ - ଗୟାରେ ଇ-ପିଣ୍ଡଦାନ

ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ କଲେ ଆଶୀର୍ବାଦ ମିଳିଥାଏ । ହେଲେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପୂର୍ବଜଙ୍କ ସ୍ମୃତିକୁ ମନେ ପକାଇବା ପାଇଁ କାହା ପାଖରେ ସମୟ ନାହିଁ । ତେଣୁ ବ୍ୟସ୍ତବହୁଳ ଲୋକଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଛି ଅନଲାଇନ ପିଣ୍ଡଦାନ ବ୍ୟବସ୍ଥା ।

ଇ-ପିଣ୍ଡଦାନ
author img

By

Published : Sep 14, 2019, 8:30 AM IST

Updated : Sep 23, 2019, 7:51 PM IST

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ଓ ପରମ୍ପରା ମିଶ୍ରିତ ଏବଂ ବିଭିଧତାଭରା । ଏହି ବିଶାଳ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସଂସ୍କୃତିର ଝଲକ ଦେଖାଯାଉ ଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ହିନ୍ଦୁ ସଂସ୍କୃତି ଦେଖିବାକୁ ମିଳିଥାଏ । ତନ୍ମମଧ୍ୟରୁ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପରମ୍ପରା ସର୍ବାଗ୍ରେ ରହିଛି । କାରଣ ବିଶ୍ବାସ ରହିଛି, ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ, ପିତୃଲୋକ ସନ୍ତୁଷ୍ଟ ହୁଅନ୍ତି ।

ଇ-ପିଣ୍ଡଦାନ: ମୋକ୍ଷ ପ୍ରାପ୍ତି ପାଇଁ ଆଗୁଆ ଅନଲାଇନ ବୁକିଂ

ଏହି ପିଣ୍ଡଦାନ ବର୍ଷକୁ ଥରେ ଶ୍ରାଦ୍ଧ ଦିବସରେ ପ୍ରଦାନ କରାଯାଏ । ଏହା ଏକ ପ୍ରବାହମାନ ପରମ୍ପରା । ବିଶେଷ କରି ପୁତ୍ରମାନେ ଏହି ପିଣ୍ଡଦାନ କରନ୍ତି । ଏହି ପିଣ୍ଡଦାନ ଭାରତର କେତେକ ସ୍ବତନ୍ତ୍ର ସ୍ଥାନରେ କରାଯାଏ । ଗୟା, ବାରଣାସୀ, ହରିଦ୍ବାର, କୋଲକାତାର ହୁଗୁଳି ତୀର ଘାଟ ସମୂହ, ପୁରୀର ମହୋଦଧି, ବାଇଶି ପାହାଚ ଓ ଆହୁରୀ ଅନେକ ପବିତ୍ର ତୀର୍ଥ ରହିଛି ।

ସେଥିମଧ୍ୟରୁ ଗୟା ହେଉଛି ପିଣ୍ଡଦାନ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ । ହେଲେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପୂର୍ବଜଙ୍କ ସ୍ମୃତିକୁ ମନେ ପକାଇବା ପାଇଁ କାହା ପାଖରେ ସମୟ ନାହିଁ । ତାହାକୁ ସଭ୍ୟ ସମାଜ ଗ୍ରହଣ କରୁଥିଲେ ମଧ୍ୟ ଅନେକାଂଶରେ ସମାଲୋଚନାର ଶିକାର ହେଉଛି । ତେବେ ଅଧିଂକାଶ ଏହି ପ୍ରକ୍ରିୟାକୁ ଆପଣାଇ ନେଇଛନ୍ତି । ଏପରିକି ଜୀବିତ ଅବସ୍ଥାରେ କାଳେ ସନ୍ତାନ ପିଣ୍ଡଦାନ ନକରିବ, ଏହା ଆଶଙ୍କା କରି ଅନଲାଇନରେ ହେଉଥିବା ପିଣ୍ଡଦାନର ବୁକିଂ ପ୍ରକ୍ରିୟାରେ ନିଜକୁ ସାମିଲ୍ କରୁଛନ୍ତି ଇଚ୍ଛୁକ ବ୍ୟକ୍ତି ।

ତେବେ ଗୟାରେ ପିଣ୍ଡଦାନକୁ ସହଜ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ଏଥିଲାଗି ରାଜଗିର ଓ ବାରଣାସୀରେ ଶ୍ରଦ୍ଧାଳୁଙ୍କୁ ଛୋଟରୁ ତାରକା ହୋଟେଲ ସହିତ ଯାନବାହନରୁ ସୁବିଧା ଯୋଗାଇ ଦିଆଯାଇଛି । ଏଥିସହ ସହରର ଘାଟି, ପୁଷ୍କରଣୀ ଓ ପିଣ୍ଡବେଦି ସୁନ୍ଦର ଭାବେ ସଜାଯିବା ସହ ସୁସଙ୍ଗଠିତ କରାଯାଇଛି । ଏପରକି ବିଷ୍ଣୁପଦ ମନ୍ଦିର ପରିସରରେ ପିତୃବାଟିକାରେ 40 ହଜାରୁ ଊର୍ଦ୍ଧ୍ବ ଗଛ ଲଗାଯାଇଛି ।

ଗୋଟିଏ କ୍ଲିକରେ ଜାଣନ୍ତୁ ଇ-ବୁକିଂର ସମସ୍ତ ସୂଚନା:

ପ୍ରଥମେ ଫୋନରେ ପିଣ୍ଡଦାନ ଗୟା ଆଫ୍‌ ଭର୍ସନ ଥ୍ରୀକୁ ଡାଉନଲୋଡ କରନ୍ତୁ । ସେଠାରେ ତୀର୍ଥଯାତ୍ରୀଙ୍କ ବିଷୟରେ ସବିଶେଷ ତଥ୍ୟ ସେଠାରେ ଉପଲବ୍ଧ ରହିଛି । ରହିବା ଠାରୁ ଆରମ୍ଭ କରି ଯିବା ଆସିବା ପାଇଁ ଫ୍ଲାଇଟ ମଧ୍ୟ ଏହି ଆପ୍‌ରେ ମାଧ୍ୟମରେ ଜଣାପଡିବ ।

ବୁକିଂ କରିବାର ପ୍ରଣାଳୀ:

ବିହାର ଟୁରିଜିମ ବିଭାଗ ପକ୍ଷରୁ ଇ-ପିଣ୍ଡଦାନର ବ୍ୟବସ୍ଥା କରାଯାଇଛି । ଘରେ ବସି ଶ୍ରଦ୍ଧାଳୁ ଇ-ପିଣ୍ଡଦାନ ବୁକିଂ କରିପାରିବେ। ଏଥିପାଇଁ ୱେବସାଇଟ pitrapakshgaya.com ଜାରି କରାଯାଇଛି । ନିର୍ଦ୍ଧାରିତ ଶୁଳ୍କ ଅନଲାଇନ ଜମା କରିବା ପରେ ପୂର୍ବ ପୁରୁଷଙ୍କ ନାମ ସରକାରୀ ପିଣ୍ଡଦାନରେ ଦାଖଲ କରିବେ । ଆଉ ଏହା ଏକ ଭିଡିଓଗ୍ରାଫି ମଧ୍ୟ ହେବ । ସିଡି ଓ ପେନ-ଡ୍ରାଇଭରେ ବୁକ କରିଥିବା ବ୍ୟକ୍ତିଙ୍କୁ ତାଙ୍କ ଠିକଣାରେ ପଠାଯିବ ।

ହିନ୍ଦୁ ଧାର୍ମିକ ପରମ୍ପରା ଅନୁଯାୟୀ ପୂର୍ବପୁରୁଷଙ୍କୁ ପିଣ୍ଡ ଦାନ କଲେ ଆଶୀର୍ବାଦ ମିଳିଥାଏ । ଏନେଇ ବିଭିନ୍ନ ଧାର୍ମିକ ସ୍ଥଳରେ ଜମିଥାଏ ଶ୍ରଦ୍ଧାଳୁଙ୍କୁ ଭିଡ । ତେଣୁ ପ୍ରଥମ ଥର ଲାଗି ଗୟାରେ ଆରମ୍ଭ ହୋଇଛି ଇ-ପିଣ୍ଡଦାନ ବ୍ୟବସ୍ଥା ।

Intro:Body:

BLANK FOR LINK 

Conclusion:
Last Updated : Sep 23, 2019, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.