ETV Bharat / bharat

ଚତୁର୍ଥ ଦିନରେ କର୍ଣ୍ଣାଟକ ବିକ୍ରି କଲା 165 କୋଟି ମୂଲ୍ୟର ମଦ - କର୍ଣ୍ଣାଟକ

ଗ୍ରୀନ ଜୋନରେ ଥିବା ଅଞ୍ଚଳରେ ସରକାର କିଛିମାତ୍ରାରେ କଟକଣାକୁ କୋହଳ କରିଥିବା ବେଳେ ଦୋକାନ ଖୋଲିବାର ଚତୁର୍ଥ ଦିନରେ କର୍ଣ୍ଣାଟକ 165 କୋଟି ମୂଲ୍ୟର ମଦ ବିକ୍ରି କରିଛି । ଅଧିକ ପଢନ୍ତୁ...

e fourth day, Karnataka sold 165 crore worth of wine
ଚତୁର୍ଥ ଦିନରେ କର୍ଣ୍ଣାଟକ ବିକ୍ରି କଲା 165 କୋଟି ମୂଲ୍ୟର ମଦ
author img

By

Published : May 7, 2020, 11:51 PM IST

ବେଙ୍ଗାଲୁରୁ: କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ତୁତୀୟ ପର୍ଯ୍ୟାୟରେ ଦେଶବ୍ୟାପୀ ଲକଡାଉନ ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଗ୍ରୀନ ଜୋନରେ ଥିବା ଅଞ୍ଚଳରେ ସରକାର କିଛିମାତ୍ରାରେ କଟକଣାକୁ କୋହଳ କରିଛନ୍ତି । ଏପଟେ ଦୋକାନ ଖୋଲିବାର ଚତୁର୍ଥ ଦିନରେ କର୍ଣ୍ଣାଟକ 165 କୋଟି ମୂଲ୍ୟର ମଦ ବିକ୍ରି କରିଛି । ପ୍ରଥମ ଦିନରେ ରାଜ୍ୟରେ 45 କୋଟି ମଦ ବିକ୍ରି ହୋଇଥିଲା ।

ଅବକାରୀ ବିଭାଗର ସୂଚନାନୁସାରେ, ପ୍ରଥମ ଦିନରେ 3.9 ଲକ୍ଷ ଲିଟର ବିୟର ଏବଂ 8.5 ଲକ୍ଷ ଲିଟର ଭାରତୀୟ ନିର୍ମିତ ମଦ ବିକ୍ରି ରେକର୍ଡ ହୋଇଥିଲା । କାରଣ ଏକ ମାସରେ ଅଧିକ ସମୟ ବନ୍ଦ ହେବା ପରେ ଦୋକାନଗୁଡ଼ିକ ଖୋଲା ଯାଇଥିଲା । ଦ୍ବୀତିୟ ଦିନରେ ରାଜ୍ୟରେ 197 କୋଟି ବିକ୍ରି ରେକର୍ଡ ହୋଇଥିବା ବେଳେ 7.02 ଲକ୍ଷ ଲିଟର ବିୟର ଏବଂ 36.37 ଲକ୍ଷ ଲିଟର ଭାରତୀୟ ନିର୍ମିତ ମଦ ବିକ୍ରି ହୋଇଥିଲା । ଲକଡାଉନ୍ ନିୟମ ଅନୁଯାୟୀ, ଗ୍ରୀନ, ରେଡ ଏବଂ ଅରେଞ୍ଜ ଜୋନରେ ଥିବା ସ୍ୱତନ୍ତ୍ର ମଦ ଦୋକାନଗୁଡିକ ସଂନ୍ଧ୍ୟା 7 ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.