ETV Bharat / bharat

ଦୁର୍ନୀତିର ବଂଶବାଦ ସବୁଠୁ ବଡ ଚ୍ୟାଲେଞ୍ଜ: ପ୍ରଧାନମନ୍ତ୍ରୀ ମୋଦି

author img

By

Published : Oct 27, 2020, 8:42 PM IST

ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ଜାତୀୟ କନଫରେନ୍ସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଂଶବାଦର ଦୁର୍ନୀତିରେ ପ୍ରହାର କରିବାକୁ ପଡିବ ବୋଲି ମୋଦି ଜୋର ଦେଇ କହିଛନ୍ତି । ଅଧିକ ପଢନ୍ତୁ...

ଦୁର୍ନୀତିର ବଂଶବାଦ ସବୁଠୁ ବଡ ଚ୍ୟାଲେଞ୍ଜ: ପ୍ରଧାନମନ୍ତ୍ରୀ ମୋଦି
ଦୁର୍ନୀତିର ବଂଶବାଦ ସବୁଠୁ ବଡ ଚ୍ୟାଲେଞ୍ଜ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସକୁ ନେଇ ଆୟୋଜିତ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ଜାତୀୟ କନଫରେନ୍ସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ପୂର୍ବରୁ ଗୃହମନ୍ତ୍ରୀ ଭାବରେ ସରଦାର ବଲ୍ଲଭ ଭାଇ ପଟେଲ ଏପରି ବ୍ୟବସ୍ଥା ଗଠନ କରିବାକୁ ପ୍ରୟାସ କରିଥିଲେ । ଏହି ବ୍ୟବସ୍ଥାର ମୂଳ ଲକ୍ଷ ଥିଲା ନୀତିରେ ନୈତିକତା ରହୁ । ହେଲେ ପରବର୍ତ୍ତୀ ଦଶକରେ ପରିସ୍ଥିତି କିଛି ଭନ୍ନ ମୋଡ ନେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ହଜାରେ କୋଟିର ଘୋଟାଲା, କର ଚୋରି ଆଦି ବର୍ଷ ବର୍ଷ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । 2014ରେ ଯେତେବେଳେ ଦେଶ ବଡ ପରିବର୍ତ୍ତନର ନିଷ୍ପତ୍ତି ନେଲା, ସେତେବେଳେ ଏହି ସ୍ଥିତିକୁ ବଦଳାଇବା ଥିଲା ବଡ ଚ୍ୟାଲେଞ୍ଜ । ବିଗତ କିଛି ବର୍ଷରେ ଦେଶରେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସର ବିଚାରକୁ ନେଇ ଦେଶ ଆଗକୁ ବଢୁଛି । 2014ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନିକ, ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶ୍ରମ କ୍ଷେତ୍ରରେ ଅନେକ ସୁଧାର ଆସିଛି ।

ମୋଦି କହିଛନ୍ତି, ଯେ ଦୁର୍ନୀତି କେବଳ କିଛି ଟଙ୍କା ନୁହେଁ। ଦୁର୍ନୀତିରେ ଦେଶର ବିକାଶ କ୍ଷତିଗ୍ରସ୍ତ ହୋଇଛି। ଏଥି ସହିତ ଦୁର୍ନୀତି ସାମାଜିକ ସନ୍ତୁଳନକୁ ନଷ୍ଟ କରିଥାଏ। ଦେଶର ବ୍ୟବସ୍ଥା ଉପରେ ଯେଉଁ ବିଶ୍ବାସ ରହିବା ଦରକାର ଦୁର୍ନୀତି ହିଁ ଏହି ବିଶ୍ବାସ ଉପରେ ଆକ୍ରମଣ କରିଥାଏ ମୋଦି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦୁର୍ନୀତିର ବଂଶବାଦ ଆଜି ତାରିଖରେ ସବୁଠୁ ବଡ ଚ୍ୟାଲେଞ୍ଜ । ଦୁର୍ନୀତି କରିବା ପରେ ପର୍ଯ୍ୟାପ୍ତ ଦଣ୍ଡ ନମିଳିବାରୁ ପରବର୍ତ୍ତୀ ପିଢି ଅନୁଭବ କରନ୍ତି ଯେ ଯେତେବେଳେ ଏହିପରି ଲୋକମାନେ ସାମାନ୍ୟ ଦଣ୍ଡ ପରେ ଛାଡ ପାଇଯାଉଛନ୍ତି, ସେତେବେଳେ ସେମାନେ ମଧ୍ୟ ଦୁର୍ନୀତିଖୋର ମନବୃତ୍ତି ଆପଣାନ୍ତି | ଏହି ପରିସ୍ଥିତି ମଧ୍ୟ ଅତ୍ୟନ୍ତ ବିପଜ୍ଜନକ । ଏଣୁ ବଂଶବାଦର ଦୁର୍ନୀତି ଉପରେ ପ୍ରହାର କରିବାକୁ ପଡିବ ବୋଲି ମୋଦି ଜୋର ଦେଇ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଡିବିଟି ମାଧ୍ୟମରେ ସରକାରୀ ସୁବିଧା ଶତପ୍ରତିଶତ ଗରିବ ଲୋକଙ୍କ ନିକଟରେ ପହଞ୍ଚୁଛି। କେବଳ ଡିବିଟି ହେତୁ 1 ଲକ୍ଷ 70 ହଜାର କୋଟିରୁ ଅଧିକ ଟଙ୍କା ଭୁଲ ହାତକୁ ଯିବା ବଦଳରେ ସଞ୍ଚୟ ହେଉଛି | ଆଜି ଗର୍ବର ସହିତ କୁହାଯାଇପାରେ ଯେ ଦେଶ ସେହି ଦୁର୍ନୀତିର ଯୁଗକୁ ଛାଡି ଦେଇଛି ।

ପିଏମ କହିଛନ୍ତି 2016 ରେ ମୁଁ କହିଥିଲି ଯେ ଆମ ଦେଶରେ ଦାରିଦ୍ର୍ୟ ବିରୋଧରେ ଲଢୁଥିବା ଆମ ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ। ଯଦି କେହି ଦୁର୍ନୀତିର ସର୍ବାଧିକ କ୍ଷତି ସହୁଛନ୍ତି, ତେବେ ସେ କେବଳ ଦେଶର ଗରିବ | ସଚ୍ଚୋଟ ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହୁଅନ୍ତି | ଆମର ଗୁରୁତ୍ବ ହେଉଛି ସରକାରଙ୍କ ଉପରେ ଅଧିକ ଚାପ ରହିବା ଉଚିତ ନୁହେଁ । ଗତ ବର୍ଷରେ ଦେଢ ହଜାରରୁ ଅଧିକ ଆଇନ ରଦ୍ଦ କରାଯାଇଛି। ଅନେକ ନିୟମ ସରଳୀକୃତ ହୋଇଛି ବୋଲି ମୋଦି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.