ଚଣ୍ଡିଗଡ: ହରିଆନାରେ ଦୁଷ୍ମନ୍ତ ସିଂ ଚୌତାଲା ହେବେ କିଙ୍ଗ ନାଁ କିଙ୍ଗମେକର ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। କୌଣସି ଦଳ ସ୍ପଷ୍ଟ ବହୁମତ ମିଳିନାହିଁ। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକଦଳ(ଆଇଏନଏଲଡି)ର ସୁପ୍ରିମୋ ଓମ ପ୍ରକାଶ ଚୌତାଲାଙ୍କ ନାତି ହେଉଛନ୍ତି ଦୁଷ୍ମନ୍ତ ଚୌତାଲା । ଏବେ ହରିୟାନାରେ ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେ । ସେ 2018ରେ ଆରଏନଏଲଡିରୁ ଅଲଗା ହୋଇ ଜନନାୟକ ଜନତା ପାର୍ଟି(ଜେଜେପି) ନାମରେ ନୂଆ ଦଳ ଗଠନ କରିଥିଲେ ସେ।
ହରିୟାଣାରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଠାରୁ 6ଟି ସିଟ ପଛରେ ପଡିଛି ବିଜେପି। ମୋଟ 90 ଆସନ ବିଶିଷ୍ଟ ବିଧାନସଭାରେ 40ଟି ଆସନ ଜିତିଛି ବିଜେପି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି 46 । ବିଜେପି ୪୦ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୩୧ଟି ଆସନ ମିଳିଛି । ଅନ୍ୟପଟେ ଜେଜେପିକୁ 10ଟି, ସ୍ବାଧୀନ 7, ଆରଏନଏଲଡିକୁ 1ଟି ସିଟ ମିଳିଛି।