ETV Bharat / bharat

'କାରଗିଲ ଯୁଦ୍ଧରେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପରାସ୍ତ କରିଥିଲା ଭାରତ' - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କାରଗିଲ ଯୁଦ୍ଧରେ ଲଢିଥିବା ତଥା ଦେଶର ସୀମାକୁ ସୁରକ୍ଷିତ ରଖିଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା
author img

By

Published : Jul 26, 2020, 3:58 PM IST

ନୂଆଦିଲ୍ଲୀ : କାରଗିଲ ବିଜୟ ଦିବସ ଅବସରରେ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । କାରଗିଲ ଯୁଦ୍ଧ ସମୟରେ ଭାରତ କେବଳ ସୀମା ସୁରକ୍ଷିତ କରିନାହିଁ ବରଂ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ମଧ୍ୟ ପରାସ୍ତ କରିଛି ବୋଲି ସେ କହିଛନ୍ତି । ଏଥିସହ ନଡ୍ଡା କାରଗିଲ ଯୁଦ୍ଧରେ ଲଢିଥିବା ତଥା ଦେଶର ସୀମାକୁ ସୁରକ୍ଷିତ ରଖିଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏନେଇ ନଡ୍ଡା କହିଛନ୍ତି, 21 ବର୍ଷ ପୂର୍ବେ ଦେଶର ସାହସୀ ଯବାନ କାରଗିଲରେ ବୀରତ୍ୱ ପ୍ରଦର୍ଶନ କରିଥିଲେ । କଠିନ ପରିସ୍ଥିତିକୁ ସାମ୍ନା କରି ଦେଶର ସୀମାକୁ ସୁରକ୍ଷା ଦେଇଥିଲେ। ସେମାନେ କେବଳ ସୀମା ସୁରକ୍ଷିତ କରିନାହାଁନ୍ତି ବରଂ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ମଧ୍ୟ ପରାସ୍ତ କରିଥିଲେ । ଯେଉଁଥିରେ ପାକିସ୍ତାନ କିଛି ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିଲା ବୋଲି ବିଜେପି ମୁଖ୍ୟ କହିଛନ୍ତି ।

ତେବେ ଭାରତ-ଚୀନ ବିବାକୁ ନେଇ ନଡ୍ଡା କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲଦାଖ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଲଦାଖରେ ମୋଦି ଯବାନଙ୍କ ସହ କଥା ହୋଇ ସେମାନଙ୍କର ମନୋବଳ ବଢାଇଥିଲେ । ସେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଆହତ ଯବାନମାନଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 130 କୋଟି ଭାରତୀୟ ଠିଆ ହୋଇଛନ୍ତି ବୋଲି ଏହା ଚୀନକୁ ଏକ କଡା ସନ୍ଦେଶ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.