ETV Bharat / bharat

କୋରୋନା ମୁକାବିଲା ଶିଖାଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢିବାର ଉପାୟ

author img

By

Published : Apr 8, 2020, 4:57 PM IST

ଦେଶର 135 କୋଟି ଲୋକଙ୍କୁ ଅଚଳ କରିଦେଇଥିବା ଏହି ଘୋଷଣା ଯୋଗୁଁ ସାରା ଦେଶରେ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି । ଲକଡାଉନ ଫଳରେ ଗାଡିମୋଟର ଚଳପ୍ରଚଳ ବନ୍ଦ ହୋଇଛି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ଶିଖାଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢିବାର ଉପାୟ
କୋରୋନା ମୁକାବିଲା ଶିଖାଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢିବାର ଉପାୟ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସାରା ଦେଶରେ 21 ଦିନିଆ ଲକଡାଉନ ଘୋଷଣା ହୋଇଛି । କୋଭିଡ 19କୁ ବ୍ୟାପିବାରୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ କୋରୋନା ଉପରେ ଏହା ଯେତିକି ପ୍ରଭାବ ପକାଇନି ଏହାର ଅନେକ ସାଇଡ ଇଫେକ୍ଟସ ଦେଖିବାକୁ ମିଳିଛି ।

ଦେଶର 135 କୋଟି ଲୋକଙ୍କୁ ଅଚଳ କରିଦେଇଥିବା ଏହି ଘୋଷଣା ଯୋଗୁଁ ସାରା ଦେଶରେ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି । ଲକଡାଉନ ଫଳରେ ଗାଡିମୋଟର ଚଳପ୍ରଚଳ ବନ୍ଦ ହୋଇଛି । କମ୍ପାନୀ, କାରଖାନା ସହ ନିର୍ମାଣଧୀନ କାର୍ଯ୍ୟ ବନ୍ଦ ରହିଛି । ଫଳରେ 23ଟି ସହରରେ ପ୍ରଦୂଷଣର ମାତ୍ରା ଉତ୍ତମ ଏବଂ 65ଟି ସହରରେ ସନ୍ତୋଷଜନକ ରହିଛି । ବର୍ଷର ଅନ୍ୟ ଦିନରେ 24 ଘଣ୍ଟା କୋଳାହଳ ଲାଗିରହିଥିବା ଏହି ସମସ୍ତ ସହର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରଦୂଷିତ ସହର ଭାବେ ଘୋଷିତ ହୋଇଥିଲେ ।

ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ ଦିଲ୍ଲୀ, ଅହମ୍ମଦାବାଦ, ପୁଣେ ଭଳି ସହରରେ ବାୟୁରେ ଧୂଳିର ମାତ୍ରା ଅନେକ ପ୍ରତିଶତ କମିଯାଇଛି । ଦିଲ୍ଲୀରେ ପିଏମ2.5 ସର୍ବାଧିକ 30 ପ୍ରତିଶତ କମିଛି । ଏହାସହ ବାୟୁରେ ବିଭିନ୍ନ ପ୍ରଦୂଷିତ ଗ୍ୟାସର ପରିମାଣ ମଧ୍ୟ ହ୍ରାସ ପାଇଛି । ଏହା ଦେଶ ପାଇଁ ଆଶ୍ବସ୍ତିକର ଖବର କାରଣ ଗତବର୍ଷ ବିଶ୍ବର 30ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର 21ଟି ସହର ସ୍ଥାନ ପାଇଥିଲା ।

ତେବେ କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ରାଷ୍ଟ୍ରରେ ମଧ୍ୟ ସମାନ ପରିବର୍ତ୍ତନ ଦେଖାଦେଇଛି । ୟୁରୋପର 3ଟି ସହରରେ ନାଇଟ୍ରୋଜେନ ଡିଓକ୍ସାଇଡରୁ ସୃଷ୍ଟି ପ୍ରଦୂଷଣ 40 ପ୍ରତିଶତ କମିଛି । ଏହା ଉପରେ ବିଶ୍ବ ଅର୍ଥନୈତିକ ଫୋରମ ଏକ ଲେଖା ପ୍ରକାଶ କରିଛି । କିପରି କୋଭିଡ 19 ଜଳବାୟୁ ପରିବର୍ତ୍ତନ ସହ ଲଢିବାରେ ବିଶ୍ବକୁ ସାହାଯ୍ୟ କରିଛି- ଏହି ଲେଖାରେ ଫୋରମ ପକ୍ଷରୁ 5ଟି ପ୍ରସ୍ତାବ ଦିଆଯାଇଛି ।

ଏହା ଅନୁସାରେ ବିଶ୍ବ ସାମନା କରିବାକୁ ଥିବା ବିପଦ ବିଷୟରେ ପୁଣିଥରେ ଭାବିବାକୁ ସମୟ ଆସିଯାଇଛି । ଏକ ଆକଳନ ଅନୁସାରେ 2050 ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ପୃଥିବୀରେ 5 ଲକ୍ଷ ଯୁବପିଢି ପ୍ରାଣ ହରାଇବେ ବୋଲି ଜଣାପଡିଛି । ନିଜ ଭବିଷ୍ୟତ ଆମେ ନିଜ ହାତରେ ନଷ୍ଟ କରିବୁ ଏହି ଗବେଷଣା ଚେତାବନୀ ଦେଇଛି । ଏହାସହ ସବୁ ରାଷ୍ଟ୍ର ଏକାଠି ହେବାର ସମୟ ଆସିଯାଇଛି ଏହା କୋରୋନା ବିରୋଧୀ ଲଢେଇ ଆମକୁ ଶିଖାଇଛି । ବର୍ତ୍ତମାନ ସମୟରେ ଆମେ ଯେପରି ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଛୁ, ପରିବେଶ ସୁରକ୍ଷା ପାଇଁ ସେହିପରି ସମସ୍ତଙ୍କୁ ଏକାଠି ହେବାକୁ ପଡିବ ।

ଏହାସହ ଜନତା ପ୍ରଥମେ । ଏହା ସବୁ ରାଷ୍ଟ୍ରର ପ୍ରାଥମିକତା ହେବା ଉଚିତ । ଲୋକଙ୍କ ପାଇଁ ତଥା ଆମ ଭବିଷ୍ୟତ ପିଢିକୁ ସୁରକ୍ଷା ଦେବାକୁ ଏହା କରିବା ଉଚିତ । ଆଜି କୋରୋନା ଲଢେଇରେ ସବୁ ସରକାରଙ୍କ ପ୍ରଥମ ଦାୟିତ୍ବ ପାଲଟିଛନ୍ତି ଜନତା । ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇରେ ମଧ୍ୟ ଏହା ପ୍ରାଥମିକତା ହେବା ଉଚିତ । ବିଶେଷଜ୍ଞଙ୍କ ପରାମର୍ଶକୁ ହେୟଜ୍ଞାନ କରିବା ଦ୍ବାରା ଆଜି ବିଶ୍ବ କୋରୋନାର ଭୟାବହତା ଦେଖୁଛି । ପାଣିପାଗ ପରିବର୍ତ୍ତନ ହେବାରେ ଏହା ଏକ ପ୍ରମୁଖ କାରଣ । ଅନେକ ସମୟରେ ପ୍ରଦୂଷଣ ବିରୋଧରେ ବିଶେଷଜ୍ଞଙ୍କ ପରାମର୍ଶକୁ ଗ୍ରହଣ କରିନାହାନ୍ତି ବିଶ୍ବର ପ୍ରମୁଖ ଦେଶ । ପରବର୍ତ୍ତୀ ସମୟରେ ଏହା କେତେ ବଡ ବିପଦ ହୋଇପାରେ ତାହା କୋଭିଡ 19 ଆଜି ସମଗ୍ର ମାନବଜାତିକୁ ଶିଖାଇଛି ।

କୋରୋନା ବିରୋଧୀ ଲଢେଇରେ ଆମେ ସଫଳ ହେବା ପରେ ବିଶ୍ବର ଚେହେରା ନିଶ୍ଚୟ ବଦଳିଯାଇଥିବ । ଅନେକ କିଛି ପରିବର୍ତ୍ତନ ଆମେ ଦେଖିବାକୁ ପାଇବୁ । ହେଲେ ଯାହା ସବୁଠାରୁ ପ୍ରଭାବିତ ହେବ ତାହା ହେଉଛି ଆମ ଚିନ୍ତାଧାରା । ପୂର୍ବ ପରି ପରସ୍ପର ପାଇଁ ଥିବା ମନୋଭାବ ନିଶ୍ଚିତ ବଦଳିଯିବ । ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ପରସ୍ପର ପାଇଁ ଆଗେଇ ଆସିବାକୁ ହେବ । ସାହାଯ୍ୟ ଓ ସହଯୋଗରେ ହିଁ ଆମେ ଏହି ଲଢେଇରେ ନିଶ୍ଚୟ ବିଜୟୀ ହେବୁ । କୋରୋନା ବିରୋଧରେ ଲଢୁ ଲଢୁ ଯେ ଆମେ ପରିବେଶ ସୁରକ୍ଷା ପାଇଁ ପରୋକ୍ଷରେ ଲଢୁଛୁ ଏହା ଜାଣିପାରୁନାହୁଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.