ETV Bharat / bharat

ଛତିଶଗଡ଼ରେ କମୁଛି ବର୍ଷାର ପରିମାଣ, ମରୁଡ଼ିର ପଦଧ୍ବନୀ - ଛତିଶଗଡ଼

ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଛତିଶଗଡ଼ରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ବିଗତ 10 ବର୍ଷ ମଧ୍ୟରେ ବର୍ଷାର ପରିମାଣ କମୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଗତବର୍ଷ ଠାରୁ ଚଳିତ ବର୍ଷ 35 ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 22, 2019, 12:36 PM IST

ରାୟପୁର: ଛତିଶଗଡ଼ରେ ଏବେ ମରୁଡ଼ିର ପଦଧ୍ବନୀ । ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଛତିଶଗଡ଼ରେ କମ ବର୍ଷା ଏବେ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ଏଭଳି ସମସ୍ୟା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚେତାବନୀ ସଦୃଶ ହୋଇଛି ।

ମିଳିଥିବା ସୂଚନା ମୁତାବକ ଜାଞ୍ଜାଗିରି-ଚମ୍ପା ଜିଲ୍ଲାରେ ବିଗତ 10 ବର୍ଷର ବର୍ଷାର ରେକର୍ଡକୁ ଦେଖିଲେ କ୍ରମାଗତ ଭାବେ ଏହି ଅଞ୍ଚଳରେ ବର୍ଷାର ପରିମାଣ କମ ହେବାରେ ଲାଗିଛି । ଚଳିତ ବର୍ଷ ମଧ୍ୟ ଗତ ବର୍ଷ ତୁଳନାରେ 35 ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । ରାଜ୍ୟରେ କମ ବର୍ଷାର କାରଣ ପାଣିପାଗ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

ବର୍ଷାର ପରିମାଣ ଦିନକୁ ଦିନ କମୁଥିବା ନେଇ ପାଣିପାଗ ବିଭାଗର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ମଧ୍ୟ କୌଣସି ସଠିକ ସୂଚନା ଦେଇପାରୁନାହାଁନ୍ତି । ଛତିଶଗଡ଼ର ଜାଞ୍ଜାଗିରି ଜିଲ୍ଲାରେ ବର୍ଷାର ପରିମାଣ କମ ରହୁଥିବାରୁ ଏଠାରେ ମରୁଡ଼ି ଦେଖାଦେଲାଣି । ଫଳରେ ଏହାକୁ ନେଇ ଚାଷୀ, ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ବେଶ ଚିନ୍ତା ପ୍ରକଟ କରିଛନ୍ତି ।

ସେପଟେ କେବଳ ଜାଞ୍ଜଗିରି ଜିଲ୍ଲା ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ କମିଥିବା ଜଣାପଡିଛି । ବିଗତ 10 ବର୍ଷ ଧରି ବର୍ଷାର ପରିମାଣ କମୁଥିବା ପାଣିପାଗ ବିଭାଗ କହିଛି । ଯଦି ଏହିଭଳି ଭାବେ ବର୍ଷାର ପରିମାଣ କମ ହେବ, ଭବିଷ୍ୟତରେ ନିଶ୍ଚିତ ଭାବେ ପାଣି ସମସ୍ୟା ଦେଖାଦେବ ବୋଲି ପାଣିପାଗ ବିଭାଗ କହିଛି ।

ସୂଚନାଯୋଗ୍ୟ ପାଣିପାଗ ପକ୍ଷରୁ ହସ୍ତଗତ ହୋଇଥିବା ବର୍ଷାର ରେକର୍ଡକୁ ଦେଖିଲେ ରାଜ୍ୟରେ 10 ବର୍ଷ ପୂର୍ବରୁ ପାଖାପାଖି 12ଶହ ମିଲିଲିଟର ବର୍ଷା ହେଉଥିଲା । ମାତ୍ର ତାହାର ପରିମାଣ ଧିରେ ଧିରେ କମି 500ରୁ ମଧ୍ୟ କମ ମିଲିମିଟର ବର୍ଷା ହେଉଥିବା ସୂଚନା ମିଳିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.