ଭୋପାଳ: ମହାମାରୀ କୋରୋନକୁ ନେଇ ଚାରିଆଡେ ଆତଙ୍କ । ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ସାଧାରଣ ଜୀବନ ଯାପନ ଠପ ହୋଇଯାଇଛି । ଚାରିଆଡେ ପୋଲିସର ସାଇରନ ଓ ଲୋକଙ୍କ ଉପରେ ନଜର ରଖିବା ପାଇଁ ମଧ୍ୟପ୍ରଦେଶର ଭୋପାଳରେ ପୋଲିସ ଡ୍ରୋନ କ୍ୟାମେରା ବ୍ୟବହାର କରିଛି ।
ମଧ୍ୟପ୍ରଦେଶର ରାଜଧାନୀ ଲକଡାଉନ ସମୟରେ ଭୋପାଳର ପୁରୁଣା ଟାଉନରେ ଡ୍ରୋନ କ୍ୟାମେରା ମଧ୍ୟମରେ ଲୋକଙ୍କ ଉପରେ ନଜର ରଖାଯାଇଛି । ଲୋକଙ୍କ ଯିବା ଆସିବା ଉପରେ ତୀକ୍ଷ୍ନ ନଜର ରଖିଛି ଡ୍ରୋନ କ୍ୟାମେରା ।
ମଧ୍ୟପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା 564କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ପାଇଛି । ସାରା ଭାରତରେ କୋରୋନା ପଜେଟିଭ 9152 ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ଏବଂ 308 ଜଣ ମୃତ୍ୟୁବରଣ କରିଛନ୍ତି ।
@ANI