ETV Bharat / bharat

ହାଇଦ୍ରାବାଦରୁ 2.62 କୋଟି ଟଙ୍କାର ଗଞ୍ଜେଇ ଜବତ - DRI arrests man with Ganja

ହାଇଦ୍ରାବାଦରେ ପୁଣି ଧରାପଡିଲା 1050 କେଜିର ଗଞ୍ଜେଇ । ଯାହାର ମୂଲ୍ୟ ପାଖାପାଖି 2.62 କୋଟି ଟଙ୍କା । ଏହା ସହ ଜଣଙ୍କୁ ଗିରଫ କରିଛି ଡିଆରଆଇ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାଇଦ୍ରାବାଦରୁ 2.62 କୋଟି ଟଙ୍କାର ଗଞ୍ଜେଇ ଜବତ

author img

By

Published : Aug 16, 2020, 8:28 PM IST

ହାଇଦ୍ରାବାଦ: ଥମିବନି ବେଆଇନ ନିଶା ଦ୍ରବ୍ୟର କାରବାର । ହାଇଦ୍ରାବାଦରେ ପୁଣି ଧରାପଡିଲା 1050 କେଜିର ଗଞ୍ଜେଇ । ଯାହାର ମୂଲ୍ୟ ପାଖାପାଖି 2.62 କୋଟି ଟଙ୍କା । ଗୁଇନ୍ଦା ସୂଚନା ପାଇଁ ରେଭେନ୍ୟୁ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶାଳୟ (ଡିଆରଆଇ) ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି ।

ଏନେଇ ଡିଆରଆଇ ଅଧିକାରୀଙ୍କ କହିବା ଅନୁସାରେ ଗାଡିଟି ଖାଲି ପ୍ଲାଷ୍ଟିକ୍ କ୍ରେଟ୍ ନେଇ ଯାଉଥିଲା । ହେଲେ କାର୍ଗୋ ଅଞ୍ଚଳର ବିସ୍ତୃତ ପରୀକ୍ଷଣରୁ ଜଣାପଡିଥିଲା ଯେ ଗାଡିରେ କେବଳ ପ୍ଲାଷ୍ଟିକ୍ କ୍ରେଟ୍ ନୁହେଁ ବରଂ ଏହା ପଛରେ ଗଞ୍ଜେଇର ଅନେକ ବ୍ୟାଗ ଲୁଚି ରହିଛି । ପରେ ଏହା ଉପରେ ଚଢାଉ କରିବାରୁ ସମୁଦାୟ 1,050 କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ 2.62 କୋଟି ଟଙ୍କା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗଞ୍ଜେଇ ଗୁଡିକ ବିଶାଖାପାଟନମ୍ ଏଜେନ୍ସି ଅଞ୍ଚଳରୁ ମହାରାଷ୍ଟ୍ର ଅଭିମୁଖେ ଚାଲାଣ କରାଯାଉଥିଲା। ଘଟଣା ପରେ ଗାଡି ସହ ସମସ୍ତ ଗଞ୍ଜେଇ ଜବତ କରାଯାଇଛି । ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ବେଆଇନ ଚାଲାଣ ଅଧିନିୟମ 1985 ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.