ETV Bharat / bharat

ଦେଶରେ ପ୍ରଥମ ଥର କୋରୋନା ରୋଗୀଙ୍କ ଦୁଇଥର ହେଲା ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ

author img

By

Published : Sep 12, 2020, 3:36 PM IST

ଦେଶରେ ପ୍ରଥମ ଥର ତେଲେଙ୍ଗାନାର ଏକ ଡାକ୍ତରଖାନାରେ ଜଣେ 32 ବର୍ଷୀୟ କୋରୋନା ରୋଗୀଙ୍କ ଦୁଇଥର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।

ଦେଶର ପ୍ରଥମ ଥର କୋରୋନା ରୋଗୀଙ୍କ ଉପରେ ହେଲା ଡବଲ ଲଙ୍ଗ ଟ୍ରାନ୍ସପରେଣ୍ଟ ସର୍ଜରୀ

ହାଇଦ୍ରାବାଦ: ଦେଶରେ ପ୍ରଥମ ଥର ଏକ କୋରୋନା ରୋଗୀଙ୍କ ଦୁଇଥର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଦେଶରେ ପ୍ରଥମ ଥର ତେଲେଙ୍ଗାନାର ଏକ ଡାକ୍ତରଖାନାରେ ଜଣେ 32 ବର୍ଷୀୟ କୋରୋନା ରୋଗୀଙ୍କ ଦୁଇଥର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରାଯାଇଛି । ତେବେ ଏହି ରୋଗୀ ଜଣଙ୍କ ପୂର୍ବରୁ ସାର୍କୋଏଡୋସିସରେ ପିଡିତ ଥିଲେ ।

ଡ. ସନ୍ଦୀପ ଅଟୱାରଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ଚଣ୍ଡିଗଡ଼ର କୋରୋନା ରୋଗୀଙ୍କ ଉପରେ ଏହି ସର୍ଜରୀ କରିଥିଲେ ବୋଲି କୃଷ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କେଆଇଏମଏସ) ପକ୍ଷରୁ ସୂଚନା ମିଳିଛି । ସୁସ୍ଥ ହେବା ପରେ ରୋଗୀଙ୍କୁ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇଥିଲା ।

ମେଡିକାଲର ସୂଚନା ଅନୁଯାୟୀ, ରୋଗୀ ଜଣଙ୍କ ସାର୍କୋଏଡୋସିସରେ ପୀଡିତ ଥିଲେ । ଯାହା ତାଙ୍କ ଫୁସଫୁସକୁ ପ୍ରଭାବିତ କରିଥିଲା। ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହୋଇଥିଲା । ଯେହେତୁ ସେ କୋରୋନାରେ ମଧ୍ୟ ସଂକ୍ରମିତ ଥିଲେ ସେଥିପାଇଁ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିଥିଲା । ଯାହାଫଳରେ ତାଙ୍କୁ ସୁସ୍ଥ କରିବାର ଏକମାତ୍ର ଉପାୟ ଡବଲ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଥିଲା । ଡ. ସନ୍ଦୀପ ଅଟୱାରଙ୍କ ଅନୁଯାୟୀ, ଏହି ସର୍ଜରୀ ଜଟିଳ ଥିଲା । କିନ୍ତୁ ରୋଗୀଙ୍କୁ ବଞ୍ଚାଇବାର ଏକମାତ୍ର ରାସ୍ତା ଏହି ସର୍ଜରୀ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.