ମୁମ୍ବାଇ: କୋରୋନା ସଂକ୍ରମଣ ଯୋଗୁଁ ସାରା ଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ରହିଛି । ତେବେ ଆସନ୍ତା କାଲି ଏପ୍ରିଲ 1, ଅର୍ଥାତ ଏପ୍ରିଲ ଫୁଲ । ତେବେ କୋରୋନା ଭାଇରସର ମିଛ ଖବର ପ୍ରଚାର ନକରିବାକୁ କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।
କୌଣସି ବି ବ୍ୟକ୍ତି କୋରୋନାକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରି ପରେ ଏପ୍ରିଲ ଫୁଲ କରନ୍ତୁ ନାହିଁ । ଯଦି କେହି ଏପରି କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦେଶମୁଖ ।
@ANI