ETV Bharat / bharat

ଲକଡାଉନ କଟକଣାରେ ଚଳିବନି ରାଜ୍ୟର ମନମାନୀ, 'କେନ୍ଦ୍ର ଗାଇଡଲାଇନ ମାନିବାକୁ ସମସ୍ତେ ବାଧ୍ୟ' - କେନ୍ଦ୍ରର କୋରୋନା ଲକଡାଉନ

କୋରୋନା ସଂକ୍ରମିତ ଅଞ୍ଚଳରେ ଆଜି ଠାରୁ ଲକଡାଉନ କଟକଣା କୋହଳ ହୋଇଛି । ଲକଡାଉନ କଟକଣା କେଉଁ ଗାଇଡଲାଇନ ଆଧାରରେ ପାଳନ ହେବ ସେନେଇ ସମସ୍ତ କେନ୍ଦ୍ର ଶାସନ ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି । ଅଧିକ ପଢନ୍ତୁ...

corona lockdown guidelines
କୋରୋନା ଲକଡାଉନ ଗାଇଡଲାଇନ
author img

By

Published : Apr 20, 2020, 12:03 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲାରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ନିଜ ଇଚ୍ଛା ମୁତାବକ ଗାଇଡଲାଇନ କରିପାରିବେ ନାହିଁ । କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ସମସ୍ତେ ପାଳନ କରିବାକୁ ବାଧ୍ୟ । ଏନେଇ ଆଜି କେନ୍ଦ୍ର ଶାସନ ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି ।

ସଚିବ ଅଜୟ ଭଲ୍ଲା ଲେଖିଛନ୍ତି, ରବିବାର ଠାରୁ କେତେକ ରାଜ୍ୟ ନିଜସ୍ବ ଏକ ଗାଇଡଲାଇନ ପ୍ରସ୍ତୁତ କରି ଲକଡାଉନ କୋହଳ ଘୋଷଣା କରିଛନ୍ତି । ଲକ ଡାଉନ ସମୟରେ କଣ କୋହଳ ହେବ ସେ ବିଷୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହିଁ ଗାଇଡଲାଇନ ଜାରି କରିବେ । ତେଣୁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡଲାଇନ ହିଁ ପାଳନ କରିବାକୁ ହେବ ବୋଲି ଭଲ୍ଲା କହିଛନ୍ତି । କେବଳ କୋରୋନା ସଂକ୍ରମିତ ହୋଇନଥିବା ଅଞ୍ଚଳରେ ଏପ୍ରିଲ 20ରୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗୃହ ମନ୍ତ୍ରଣାଳୟ କହିଛି ଯେ, କେତେକ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ନିଜସ୍ବ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ଯାହା ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁଯାୟୀ ଏମଡିଏ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏହାକୁ ଅନୁମତି ପ୍ରଦାନ କରେ ନାହିଁ ।

ସୂଚନାଯୋଗ୍ୟ, କେରଳ ସରକାର 2ଟି ଜୋନରେ ଲକଡାଉନ ନିୟମକୁ କୋହଳ କରି ଘରୋଇ ଗାଡି ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଏପରିକି ଆଜି ଠାରୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ବସିକି ଖାଇ ହେବ ବୋଲି ନୂଆ ଗାଇଡଲାଇନ ଜାରି କରିଛନ୍ତି । ସେହିପରି ରାଜସ୍ଥାନରେ ମଧ୍ୟ ପରବର୍ତ୍ତୀ ଗାଇଡଲାଇନ ଜାରି କରିବାକୁ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.