ଆଜି ସନ୍ଧ୍ୟାରେ ଭାରତ ଅଭିମୁଖେ ଉଡାଣ ଭରିବେ ଟ୍ରମ୍ପ - ଆମେରିକା ରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି (ରବିବାର) ସଂନ୍ଧ୍ୟାରେ ଭାରତ ଅଭିମୁଖେ ଉଡାଣ ଭରିବେ ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି (ରବିବାର) ସଂନ୍ଧ୍ୟାରେ ଭାରତ ଅଭିମୁଖେ ଉଡାଣ ଭରିବେ । ମାରେଲାଣ୍ଡ ଏୟାରପୋର୍ଟରୁ ବାହାରିବେ ଟ୍ରମ୍ପ ।
ତେବେ ଭାରତୀୟ ସମୟ ସଂନ୍ଧ୍ୟା 7ଟା 30ରେ ପ୍ରଥମେ ସେମାନେ ୱାଶିଂଟନରେ ପହଞ୍ଚିବେ । ଜର୍ମାନୀର ରିହେନିଲାଣ୍ଡ-ପାଲାଟିନେଟରେ ତାଙ୍କର ରହଣି ବ୍ୟବସ୍ଥା ହୋଇଛି । ପରେ ଜର୍ମାନୀ ସମୟ 11.55 ଅର୍ଥାତ ଭାରତୀୟ ସମୟ ଭୋର 4.25ରେ ଜର୍ମାନୀରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଟ୍ରମ୍ପ । ତେବେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଉଚ୍ଚସ୍ଥରୀୟ ପ୍ରତିନିଧି ମଣ୍ଡଳଙ୍କ ସହ ଭାରତ ଆସିବେ । ଭାରତରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ରହିବେ ଦୀର୍ଘ 36 ଘଣ୍ଟା ।
ତେବେ ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପ ମୋଦିଙ୍କ ସହ ଏକ ରୋଡ ସୋ ଓ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବେ । ପର ଦିନ ଅର୍ଥାତ ସୋମବାର ଟ୍ରମ୍ପଙ୍କ ତାଜ ମହଲ ବୁଲିବାର ଯୋଜନା ରହିଛି । ତେବେ ଟ୍ରମ୍ପଙ୍କ ତାଜ ମହଲ ଭ୍ରମଣ ସମୟରେ ମୋଦି ତାଙ୍କ ସାଥିରେ ରହିବେ ନାହିଁ ବୋଲି ସୂଚନା ରହିଛି ।
@ANI