ETV Bharat / bharat

କୁକୁରଙ୍କ ଶିକାର ସାଜିଲା ଚିତା

ଜଙ୍ଗଲି କୁକୁରଙ୍କ ହାବୁଡରେ ଚିତା ବାଘ । କୁକୁରଙ୍କ ଶିକାରରେ ଲହୁଲୁହାଣ ହେଲା ବାଘ ।

author img

By

Published : Jun 19, 2019, 10:53 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜଙ୍ଗଲରେ ବାଘକୁ ସବୁ ଜନ୍ତୁମାନେ ଡରନ୍ତି । ବାଘର ଆଖପାଖକୁ ଆସିବା ପାଇଁ ମଧ୍ୟ କେହି ସାହସ କରିନଥାନ୍ତି । କାରଣ ବାଘର ପଞ୍ଝାରେ ଯିଏ ପଡିଯାଏ ତାର ବଞ୍ଚିବା ମୁସ୍କିଲ ହୋଇପଡିଥିଲା । ତେବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ସାଧାରଣତଃ ଆପଣ ଦେଖିଥିବେ ଚିତାବାଘ କୁକୁରଙ୍କର ଶିକାର ଅତି ସହଜରେ କରିଥାଏ । ଯେଉଁଥିପାଇଁ ବାଘର ଆଖପାଖକୁ ଯିବାପାଇଁ କୁକୁରମାନେ ଭୟ କରିଥାନ୍ତି ।

କିନ୍ତୁ ଗୁଜୁରାଟର ଗିର ଜଙ୍ଗଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଚିତାବାଘକୁ 10 ରୁ 12 ଜଙ୍ଗଲି କୁକୁର ଘେରିଯାଇ ତାକୁ କାମୁଡି ଲହୁଲୁହାଣ କରିଛନ୍ତି । କୁକୁରଙ୍କ କବଳରୁ ବଞ୍ଚିବା ପାଇଁ ଚିତା ବାଘଟି ପ୍ରାଣପ୍ରଣେ ଚେଷ୍ଟା ଚଳାଇଛି ହେଲେ ସେ ବିଫଳ ହେଉଛି । ହେଲେ କୁକୁରମାନେ କିନ୍ତୁ ତାଙ୍କ ଜିଦରେ ଅଟଳ । ଶେଷରେ ଜଙ୍ଗଲି କୁକୁରମାନେ ଚିତା ବାଘଟିକୁ ପୁରା କ୍ଷତବିକ୍ଷତ କରି ଅଧାମରା କରି ଛାଡିପଳାଉଛନ୍ତି ।

Intro:ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ପର କଲା।ଏଭଳି ଏକ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଯାହାକୁ ନେଇ ଗାଁର ତିରିଶରୁ ଉର୍ଦ୍ଧ୍ଵ ମହିଳା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବା ପାଇଁ ଆସି ଏସପିଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।ଅଭିଯୋଗ ମୁତାବକ ଗୋବିନ୍ଦପୁର ଗାଁର ହରପ୍ରିୟା ସ୍ୱାଇଁ ଗତ ୨୦୧୪ ମସିହାରେ ବୈଦିକ ରୀତିରେ ରାଜନଗର ଗାଁର ଦୁଃଶାସନ ସ୍ବାଇଁଙ୍କୁ ବିବାହ କରିଥିଲେ।ବିବାହ ପରେ ଝିଅ ଜନ୍ମ ନେବାକୁ କେନ୍ଦ୍ରକରି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହିଥିଲା।ଗତ କିଛିମାସ ହେବ ଦୁଃଶାସନ ରାଜନଗର ଛାଡି ଆସି କେନ୍ଦ୍ରାପଡ଼ାରେ ଥିବା ନିଜ ବଡଭାଇଙ୍କ ପାଖରେ ରହୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ହରପ୍ରିୟା।ସ୍ୱାମୀଙ୍କ ନାମରେ ବାରମ୍ବାର ଅଭିଯୋଗ କରିବା ପାଇଁ ରାଜନଗର ଥାନାକୁ ହରପ୍ରିୟା ଯାଉଥିଲେ ମଧ୍ୟ ପୋଲିସ ତାଙ୍କ ଏତଲା ରଖୁନଥିବା ଅଭିଯୋଗ କରିଛନ୍ତି ପିଡିତା ଓ ସମ୍ପର୍କୀୟା।
Body:Byt-ହରପ୍ରିୟା ସ୍ୱାଇଁ(ପିଡିତା ମହିଳା)Conclusion:Visual & Byte sent through MOJO

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.