ସହରାନପୁର: କୁକୁରଙ୍କ ପାର୍ଦୁଭାବ ବଢିଚାଲିଛି । ଫଳରେ ଗତ ଚାରି ଦିନରେ 2 ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଜଣେ ଶିଶୁର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସହରାନପୁର ଜିଲ୍ଲାରେ । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଲୋକେ ଭୟଭିତ ହୋଇ ହାତାରେ ଲାଠି ସହ ଘରେ ପହରା ଦେଉଛନ୍ତି । ସବୁସତ୍ୱେ 2 ମାସର ଗୋଟିଏ ଶିଶୁକୁ କୁକୁର ଘର ଭିତରୁ ଟାଣି ନେଇ ଖିନଭିନ୍ ମାରି ଦେଇଛି । ପିଲାଟିକୁ ବଞ୍ଚାଇବା ପାଇଁ ଲୋକେ କୁକୁରଟିକୁ ଲାଠି ଓ ଠେଙ୍ଗାରେ ପିଟିଥିଲେ ମଧ୍ୟ କୁକରଟି ଶିଶୁଟିକୁ ଚାଡି ନଥିଲା ।
ସେହିପରି ବେହଟ ଥାନା ନିକଟସ୍ଥ ଦୟାଲପୁରଠାରେ ଜଣେ 6 ବର୍ଷୀୟ ଶିଶୁକୁ କୁକୁର ଟାଣି ନେଇଥିଲା । ଗ୍ରାମବାସୀ ଉପଯୁକ୍ତ ବୁଦ୍ଧି ଶିଶୁଟିକୁ ବଞ୍ଚାଇ ଦେଇଛନ୍ତି । ଗୁରୁତର ଶିଶୁଟି ଏବେ ଚିକିତ୍ସାଧିନ।