ETV Bharat / bharat

ଏନକାଉଣ୍ଟରରେ ଟପ୍ କମାଣ୍ଡର ନିହତ, ଆତଙ୍କବାଦୀ ମୁକ୍ତ ହେଲା ଦୋଡା - hizbul-mujahideen

ଦୀର୍ଘ ଦିନ ପରେ ହିଜବୁଲ ମୁଜାହିଦ୍ଦିନ (ଏଚଏମ) କମାଣ୍ଡର ମାସୁଦଙ୍କୁ ଏନକାଉଣ୍ଟରରେ ନିହତ ହେବା ପରେ ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ଜିଲ୍ଲା ହୋଇପାରିଛି । ଏନେଇ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିଲବାଗ ସିଂ କହିଛନ୍ତି।

ଏନକାଉଣ୍ଟରରେ ଟପ୍ କମାଣ୍ଡର ନିହତ, ଦୋଡା ହେଲା ଆତଙ୍କୀ ମୁକ୍ତ

author img

By

Published : Jun 29, 2020, 12:38 PM IST

ଶ୍ରୀନଗର: ସୀମାରେ ଘନଘନ ଆତଙ୍କୀ କାର୍ଯ୍ୟକଳାପ। ଏହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା। ଗତ କିଛି ମାସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଚିତପଟାଙ୍ଗ ହେଲେଣି ଅନେକ ଆତଙ୍କୀ। ତଥାପି ବିଶୃଙ୍ଖଳା ସ୍ଥିତି ସୃଷ୍ଟି କରୁଛନ୍ତି ଆତଙ୍କବାଦୀ ସଙ୍ଗଠନ।

ହେଲେ ଦୀର୍ଘ ଦିନ ପରେ ହିଜବୁଲ ମୁଜାହିଦ୍ଦିନ (ଏଚଏମ) କମାଣ୍ଡର ମାସୁଦଙ୍କୁ ଏନକାଉଣ୍ଟରରେ ନିହତ ହେବା ପରେ ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ଜିଲ୍ଲା ହୋଇପାରିଛି । ଏନେଇ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିଲବାଗ ସିଂ କହିଛନ୍ତି।

ଅନନ୍ତନାଗର ଖୁଲଚୋହର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ମାସୁଦଙ୍କ ସମେତ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନନ୍ତନାଗର ଖୁଲଚୋହର ଅଞ୍ଚଳରେ ରବିବାର ହୋଇଥିବା ଅପରେସନ୍ ସହିତ ସ୍ଥାନୀୟ ଆରଆର ୟୁନିଟରେ ହୋଇଥିଲା।

ଯେଉଁଥିରେ ଜଣେ ଜିଲ୍ଲା କମାଣ୍ଡର ଏବଂ ଜଣେ ଏଚ୍ କମାଣ୍ଡର ମାସୁଦଙ୍କ ସମେତ ଜଣେ ଲସ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଥିଲେ। ଜାମ୍ମୁ ଜୋନର ଦୋଡା ଜିଲ୍ଲା ପୁଣି ଥରେ ସମ୍ପୂର୍ଣ୍ଣ ଆତଙ୍କୀ ମୁକ୍ତ ହୋଇପାରିଛି ବୋଲି ସିଂ କହିଛନ୍ତି।

ଜେ-କେ ଡିଜିପି କହିଛନ୍ତି ଯେ ଦୋଡା ଜିଲ୍ଲାରୁ ଆସିଥିବା ମାସୁଦ ଦୋଡା ପୋଲିସ ପାଖରେ ରୁଜୁ ହୋଇଥିବା ଏକ ଦୁଷ୍ମର୍ମ ମାମଲାରେ ସମ୍ପୃକ୍ତ ଥିଲେ ଏବଂ ସେବେଠାରୁ ସେ ଖସି ପଳାଉଥିଲା। ଏହା ପରେ ସେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ ଏବଂ ନିଜର କାର୍ଯ୍ୟ କ୍ଷେତ୍ରକୁ କାଶ୍ମୀରକୁ ସ୍ଥାନାନ୍ତର କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.