ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ଉତ୍ତର ନିଗମ ଦ୍ବାରା ପରିଚାଳିତ ହସ୍ପିଟାଲ ଏବଂ ଡିସପେନସାରିର ପ୍ରାୟ 2,000 ରୁ ଅଧିକ ଡାକ୍ତର ଧର୍ମଘଟ କରିଥିଲେ । ଏମାନେ ସାଢେ ତିନିମାସ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ରବିବାର ଉତ୍ତର ନିଗମ ମେଏରଙ୍କ ଆବେଦନ ପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରି ନେଇଥିଲେ।
ଧର୍ମଘଟ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଥିବା କହିଛି ଉତ୍ତର ନିଗମ ସଂଗଠନ । ମେଏର ପାଣ୍ଠି ସଂଗ୍ରହ ପାଇଁ କିଛି ଦିନର ସମୟ ଦେବାକୁ ଅନୁରୋଧ କରିବା ପରେ ବରିଷ୍ଠ ଡାକ୍ତର ଧାରଣାରୁ ଉଠିଥିଲ । ସଂଗଠନ ଲେଖିଥିବା ଚିଠି ଅନୁସାରେ, ସାଧାରଣ ଜନତାଙ୍କ ହିତ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ନିଗମ ବେତନ ସମସ୍ୟାର ସ୍ଥାୟୀ ସମାଧାନ କରିବ।
Rajan Babu Institute of Pulmonary Medicine and Tuberculosis, ମହର୍ଷୀ ବାଲ୍ମିକୀ ଇନଫେକ୍ଟସ ଡିଜିଜ୍ ହସ୍ପିଟାଲ, କସ୍ତୁରବା ହସ୍ପିଟାଲ, ଗିରିଧାରୀ ଲାଲ୍ ହସ୍ପିଟାଲର ଡାକ୍ତରମାନେ ବେତନ ପାଇନଥିବାରୁ ଧାରଣ ଦେଇଥିଲେ । ହିନ୍ଦୁ ରାଓ ଡାକ୍ତରଖାନା ଏକ ନିର୍ଦ୍ଦିଷ୍ଟ କୋଭିଡ-19 ଚିକିତ୍ସା କେନ୍ଦ୍ର ଥିଲା କିନ୍ତୁ କୋଭିଡ-19 ସୁବିଧା ତାଲିକାରୁ ଏହାକୁ ହଟାଇ ଦିଆଯାଇଥିଲା କାରଣ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କମିବାକୁ ଲାଗିଥିଲା କିନ୍ତୁ ହସ୍ପିଟାଲରେ ବାକି ସ୍ବାସ୍ଥ୍ୟସେବାକୁ ଆରମ୍ଭ କରାଯାଇନଥିଲା । ଫଳରେ ଜୁନିଅର ଡାକ୍ତର ଧାରଣା ଦେଇଥିଲେ ।