ETV Bharat / bharat

ଦିଲ୍ଲୀ ଆପୋଲୋରେ ବିରଳ ଅସ୍ତ୍ରୋପଚାର, ମହିଳାଙ୍କ ଶରୀରରୁ ବାହାରିଲା 50 କି.ଗ୍ରା ଟ୍ୟୁମର

author img

By

Published : Aug 22, 2020, 9:29 PM IST

ଦିଲ୍ଲୀ ଆପୋଲୋ ହସ୍ପିଟାଲର ଡାକ୍ତରମାନଙ୍କୁ ଏକ ବିଶେଷ ସଫଳତା ମିଳିଛି । ଜଣେ 52 ବର୍ଷୀୟ ମହିଳାଙ୍କ ଶରୀରରୁ 50 କିଗ୍ରାର ଏକ ଟ୍ୟୁମର ସଫଳତାର ସହ ବାହାର କରାଯାଇଛି । ଡାକ୍ତରୀ ଟିମଙ୍କ ସାଢେ ତିନି ଘଣ୍ଟାର ଅପରେସନ ପରେ ଏହା ସଫଳ ହୋଇପାରିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ଆପୋଲୋରେ ବିରଳ ଅସ୍ତ୍ରୋପଚାର, ମହିଳାଙ୍କ ଶରୀରରୁ ବାହାରିଲା 50 କିଗ୍ରାର ଟ୍ୟୁମର

ନୂଆଦିଲ୍ଲୀ: ଦିଲ୍ଲୀ ଆପୋଲୋ ହସ୍ପିଟାଲର ଡାକ୍ତରମାନଙ୍କୁ ଏକ ବିଶେଷ ସଫଳତା ମିଳିଛି । ଜଣେ 52 ବର୍ଷୀୟ ମହିଳାଙ୍କ ଶରୀରରୁ 50 କିଗ୍ରାର ଏକ ଟ୍ୟୁମର ସଫଳତାର ସହ ବାହାର କରାଯାଇଛି । ଡାକ୍ତରୀ ଟିମଙ୍କ ସାଢେ ତିନି ଘଣ୍ଟାର ଅପରେସନ ପରେ ଏହା ସଫଳ ହୋଇପାରିଛି ।

ଦିଲ୍ଲୀର ଜଣେ ମହିଳାଙ୍କର ଓଭାରିଆନ ଟ୍ୟୁମର ହୋଇଥିବାବେଳେ ଏହାର ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ବିଶେଷ ତତ୍ତ୍ବାବଧାନରେ ଅପରେସନ କରାଯାଇଥିବା ହସ୍ପିଟାଲର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହି ମହିଳା ଜଣଙ୍କର ଗତ କିଛି ମାସ ଧରି ଓଜନ ବଢିବାରେ ଲାଗିଥିଲା । ଫଳରେ ତାଙ୍କର ଓଜନ 106କୁ ବୃଦ୍ଧି ପାଇଥିଲା । ସେ ନିକଟରେ ନିଶ୍ୱାସ ନେବାରେ ଅସୁବିଧା, ତଳ ପେଟରେ ଯନ୍ତ୍ରଣା ସହ ଚାଲିବା ଏବଂ ଶୋଇବାରେ ଅସୁବିଧା ଭୋଗିଥିଲେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଏହାପରେ ଆପୋଲୋ ହସ୍ପିଟାଲରେ ଯାଞ୍ଚ ପରେ ମହିଳାଙ୍କ ଓଭାରୀରେ ଏକ ଟ୍ୟୁମର ବଢୁଥିବାରୁ ତାଙ୍କ ଅନ୍ତନଳୀ ଉପରେ ଚାପ ସୃଷ୍ଟି କରୁଥିବା ଜଣାପଡିଥିଲା । ଯାହା ଦ୍ବାରା ତାଙ୍କୁ ପେଟ ଯନ୍ତ୍ରଣା ହେଉଥିବା ଜଣାପଡିଥିଲା ।

ଏହାପରେ ଦିଲ୍ଲୀ ଆପୋଲୋ ହସ୍ପିଟାଲର ସିନିୟର କନସଲଟାଣ୍ଟ ଡାକ୍ତର ଅରୁଣ ପ୍ରସାଦଙ୍କ ନେତୃତ୍ୱରେ ଏକ ସର୍ଜନ ଦଳ ଅଗଷ୍ଟ 18ରେ ସାଢେ ତିନି ଘଣ୍ଟାର ଅପରେସନ ପରେ 50 କିଲୋଗ୍ରାମ ଓଜନର ଏକ ଟ୍ୟୁମର ବାହାର କରିବାରେ ସକ୍ଷମ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.