ETV Bharat / bharat

ଦୁର୍ଘଟଣାରେ ଆହତ ବ୍ୟକ୍ତି କୋରୋନା ପଜିଟିଭ, କ୍ବାରେଣ୍ଟାଇନରେ ଡାକ୍ତର ଓ ନର୍ସ - କୋରୋନା ଅପଡେଟ

ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲର 42 ଡାକ୍ତରଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଡାକ୍ତରଙ୍କ ଦ୍ବାରା ସଂକ୍ରମିତ ହେବା ଆଶଙ୍କାରେ 50 ଅନ୍ୟ ଷ୍ଟାଫଙ୍କୁ ମଧ୍ୟ କ୍ବାରେଣ୍ଟାଇନକୁ ପଠାଯାଇଛି ।

ଦୁର୍ଘଟଣାରେ ଆହତ ବ୍ୟକ୍ତି କୋରୋନା ପଜିଟିଭ, କ୍ବାରେଣ୍ଟାଇନରେ ଡାକ୍ତର ଓ ନର୍ସ

author img

By

Published : Apr 6, 2020, 7:37 PM IST

ପୁଣେ: ମହାରାଷ୍ଟ୍ର ପୁଣେରେ ଏକ ଅଜବ ଘଟଣାକ୍ରମେ 92 ସ୍ବାସ୍ଥ୍ୟ ଅଧିକାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଡିୱାଇ ପାଟିଲ ମେଡିକାଲ କଲେଜରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କୁ କୋରୋନା ହୋଇଥିବା ସ୍ପଷ୍ଟ ହୋଇଛି । ଫଳରେ ସେଠାରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନାନୁସାରେ ଏହି ହସ୍ପିଟାଲକୁ ଦୁର୍ଘଟଣାରେ ଶିକାର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିଲେ । ତେବେ ନିକଟରେ ଲକ୍ଷଣ ଦେଖାଯିବା ପରେ କୋରୋନା ଟେଷ୍ଟ ପାଇଁ ତାଙ୍କ ନମୁନା ପଠାଯାଇଥିଲା । ଏହା ପଜିଟିଭ ଆସିବା ପରେ ତାଙ୍କୁ କୋରୋନା ଚିକିତ୍ସା ପାଇଁ ଆଇସୋଲେସନରେ ରଖାଯାଇଛି ।

ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲର 42 ଡାକ୍ତରଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଡାକ୍ତରଙ୍କ ଦ୍ବାରା ସଂକ୍ରମିତ ହେବା ଆଶଙ୍କାରେ 50 ଅନ୍ୟ ଷ୍ଟାଫଙ୍କୁ ମଧ୍ୟ କ୍ବାରେଣ୍ଟାଇନକୁ ପଠାଯାଇଛି । ଏମାନେ ସମସ୍ତେ କୌଣସି ଉପାୟରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କଲେଜର ଡିନ ଜିତେନ୍ଦ୍ର ଭୱାଲକର କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.