ETV Bharat / bharat

ଡାକ୍ତର କଫିଲ୍ ଖାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଡାକ୍ତର କଫିଲ୍ ଖାନ

ଗୋରଖପୁର ଡାକ୍ତର କଫିଲ୍ ଖାନଙ୍କ ଉପରୁ ଏନଏସଏ(ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି) ହଟେଇବା ପାଇଁ ଆଦେଶ ଦିଆଯାଇଛି । ଆହ୍ଲାବାଦ୍ ହାଇକୋର୍ଟ ଏନଏସଏ ହଟାଇବା ଆଦେଶ ଜାରି କରିବା ସହ ଡାକ୍ତରଙ୍କୁ ତୁରନ୍ତ ଜାମିନ ଦେବାକୁ କୁହାଯାଇଛି ।

ଡାକ୍ତର କଫିଲ୍ ଖାନ
ଡାକ୍ତର କଫିଲ୍ ଖାନ
author img

By

Published : Sep 1, 2020, 12:30 PM IST

ଲକ୍ଷ୍ନୌ: ଗୋରଖପୁର ଡାକ୍ତର କଫିଲ୍ ଖାନଙ୍କ ଉପରୁ ଏନଏସଏ(ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି) ହଟେଇବା ପାଇଁ ଆଦେଶ ଦିଆଯାଇଛି । ଆହ୍ଲାବାଦ୍ ହାଇକୋର୍ଟ ଏନଏସଏ ହଟାଇବା ଆଦେଶ ଜାରି କରିବା ସହ ଡାକ୍ତରଙ୍କୁ ତୁରନ୍ତ ଜାମିନ ଦେବାକୁ କୁହାଯାଇଛି । ପ୍ରକାଶଥାଉକି, କଫିଲ ଖାନଙ୍କ ଉପରେ ଏନଏସଏ ଲଗାଇବା ବିରୋଧରେ ଏକ ଯାଚିକା ଦାଖଲ କରାଯାଇଥିଲା । କଫିଲଙ୍କ ମା ନୁହଜତ ପରୱୀନଙ୍କ ପକ୍ଷରୁ କୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଯାଚିକା ଦାଖଲ କରାଯାଇଥିଲା ।

ପ୍ରକାଶଥାଉକି, କଫିଲଙ୍କ ଉପରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଏନଆରସିକୁ ନେଇ ଉତ୍ତେଜିତ ଭାଷଣ ଦେଇଥିବା ଅଭିଯୋଗରେ ଏନଏସଏ ଅଧିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଗତ କିଛି ଦିନ ହେବ ସେ ମଥୁରା ଜେଲରେ ବନ୍ଦୀ ଥିଲେ ।

ଏହି ମାମଲା ଉପରେ ରାୟ ଶୁଣାଇବା ବେଳେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଆଲୀଗଡ ଜିଲ୍ଲାପାଳଙ୍କ ଦ୍ବାରା 13 ଫେବୃଆରୀ 2020ରେ ଦିଆଯାଇଥିବା ଆଦେଶ ବେଆଇନ । ଏହାସହ କଫିଲଙ୍କ ଡିଟେନସନ୍ ଅବଧି ବୃଦ୍ଧି କରିବା ମଧ୍ୟ ବେଆଇନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.