ETV Bharat / bharat

ଡିଏମକେ–ପୀଢି ପରେ ପୀଢି ନୂଆ ନୂଆ ଆବିଷ୍କାର କରିବାର ଅନୁଷ୍ଠାନ

ହିନ୍ଦୀ ଓଝିଗା, ତାମିଲ ଭାଜଗା। ଏହି ଧ୍ନନି କେବଳ ଜୁଲାଇ ମାସ ଶେଷରୁ ଗୁଂଜରିତ ହେଉନାହିଁ। ଏହା 1965 ପ୍ରାରମ୍ଭରୁ ଯେତେବେଳ କେନ୍ଦ୍ର ସରକାର ହିନ୍ଦୀକୁ ସରକାରୀ ଭାଷା ଭାବେ ଘୋଷଣା କଲେ, ସେହି ଦିନଠାରୁ ଶୁଣିବାକୁ ମିଳୁଛି। ପ୍ରତିବାଦ ଏତେ ଜୋରଦାର ଥିଲା ଯେ, ଯାହାକି ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମକେ)କୁ କ୍ଷମତାରେ ପହଞ୍ଚାଇବା ସହ କେନ୍ଦ୍ର ସରକାରଙ୍କ ମୂଳକୁ ଦୋହଲାଇ ଦେଇଥିଲା।

author img

By

Published : Oct 20, 2020, 1:20 PM IST

ଡିଏମକେ – ପୀଢି ପରେ ପୀଢି ନୂଆ ନୂଆ ଆବିଷ୍କାର କରିବାର ଅନୁଷ୍ଠାନ

ହିନ୍ଦୀ ଓଝିଗା, ତାମିଲ ଭାଜଗା। ଏହି ଧ୍ନନି କେବଳ ଜୁଲାଇ ମାସ ଶେଷରୁ ଗୁଂଜରିତ ହେଉନାହିଁ। ଏହା 1965 ପ୍ରାରମ୍ଭରୁ ଯେତେବେଳ କେନ୍ଦ୍ର ସରକାର ହିନ୍ଦୀକୁ ସରକାରୀ ଭାଷା ଭାବେ ଘୋଷଣା କଲେ, ସେହି ଦିନଠାରୁ ଶୁଣିବାକୁ ମିଳୁଛି। ପ୍ରତିବାଦ ଏତେ ଜୋରଦାର ଥିଲା ଯେ, ଯାହାକି ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମକେ)କୁ କ୍ଷମତାରେ ପହଞ୍ଚାଇବା ସହ କେନ୍ଦ୍ର ସରକାରଙ୍କ ମୂଳକୁ ଦୋହଲାଇ ଦେଇଥିଲା। ଏହି ବାର୍ତ୍ତାକୁ ପ୍ରସାର କରି ଡିଏମକେ ଏଭଳି ଅଭିନବ ଉପାୟରେ ପ୍ରଚାରକରିଥିଲା ଯାହାକି ଇତିହାସ ସୃଷ୍ଟି କରିଥିଲା। ଯେଉଁମାନେ ଲୋକଙ୍କ ପାଖରେ ଉତ୍ତରଦାୟୀ ସେଭଳି ବ୍ୟକ୍ତିଙ୍କୁ ନିର୍ବାଚିତ କରିବାକୁ ଭୋଟରଙ୍କ ନିବେଦନ କରିଥିଲା।

ଆଉ ଏକ କଥା ହେଲା ଡିଏମକେ ସହିତ ସଂଘର୍ଷର ଏକ ଲମ୍ବା ଇତିହାସ ଯୋଡ଼ି ହୋଇ ରହିଛି। ଯେଉଁମାନେ ଲୋକଙ୍କର ଆଦର୍ଶକୁ ଚାପି ଦେବାକୁ ଚାହାଁନ୍ତି ସେମାନଙ୍କ ବିରୁଦ୍ଧରେ କିମ୍ବା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଲଢେଇରେ ଲୋକଙ୍କ ସହ ଯୋଗଦେବାରେ ଡିଏମକେ କେବେବି ନିଜକୁ ଦୂରେଇ ଦେଇନଥିଲା। ସବୁବେଳେ ଦଳ ଲୋକଙ୍କ ସହିତ ରହିଥିଲା। 1945 ମସିହାରେ ‘କରୁଣଚଟ୍ଟାଇ ପାଦାଇ’ ନାମରେ ଦଳର ପ୍ରତିବାଦ ଆନ୍ଦୋଳନ ଆମ ଦଳର ଏକ ଗୌରବମୟ ଦୃଷ୍ଟାନ୍ତ ଥିଲା। ନିଜକୁ କୌଣସି ଦଳ ସହିତ ସାମିଲ ନକରି ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦାବିରେ ସ୍ବର ଉତ୍ତୋଳନ ସକାଶେ ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା।

ବୋଧହୁଏ ଡିଏମକେ ଏକମାତ୍ର ଦଳ ଯେ କି ଶତାଧିକ ସାପ୍ତାହିକ ପତ୍ରିକା ଏବଂ ପୁରାଚ୍ଛି, ସଂଗନାଥମ୍, କୁମାରନ ଏବଂ ମୁରୋସୋଲି ଭଳି ଦୈନିକ ସମ୍ବାଦପତ୍ରପ୍ରକାଶ କରି ଆସୁଛି। ଏସବୁ ପତ୍ର ପତ୍ରିକା କେବଳ ଦଳର ଆଦର୍ଶ ପ୍ରଚାର ପ୍ରସାର କରିବାରେ ଏକ ମାଧ୍ୟମ ଭାବେ ସୀମିତ ନୁହେଁ, ବରଂ ଏହା ଲୋକଙ୍କୁ ଶିକ୍ଷିତକରିବା ସହିତ ସେମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ସୃଷ୍ଟି କରିବାରେ ସହାୟକ ହେଉଛି।ବର୍ତ୍ତମାନ ଡିଏମକେ ନେତା ଏମ.କେ.ଷ୍ଟାଲିନ ଦଳର ପ୍ରତିଷ୍ଠାତା ତଥା ତାଙ୍କର ପିତା ଏମ୍. କରୁଣାନିଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାମିଲନାଡୁ ଲୋକଙ୍କସହ ନିଜକୁ ନିୟମିତ ଭାବେ ଯୋଡ଼ି ରଖିଛନ୍ତି। ରାଜ୍ୟ ସାରା ପ୍ରାୟ 11 ହଜାର କିଲୋମିଟର ଯାତ୍ରା କରି ପ୍ରତିଟି ବର୍ଗର ଲୋକଙ୍କ ସହ ଭାବ ଆଦାନ ପ୍ରଦାନ କରୁଛନ୍ତି। ସାରା ଦେଶ ମହାମାରୀରେ ଅଚଳ ହୋଇ ପଡ଼ିଥିବା ବେଳେ ଷ୍ଟାଲିନଙ୍କ ନେତୃତ୍ବରେ ଡିଏମକେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ପାଇଁ ଯେପରି କାମ କରି ଆସିଛି ଓ ସେବା ଯୋଗାଇ ଦେଇଛି ତାହା କେହି କେବେ ଆଶା କରିନଥିଲେ। ଲକଡାଉନର ସୁଯୋଗରେ ଡିଏମକେ ଡିଜିଟାଲ ବ୍ୟବସ୍ଥା ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମହାତକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାର ପ୍ରୟାସ କରିଛି। କିନ୍ତୁ ଦୁର୍ଭାଗ୍ୟର କଥା, ଏହାକୁ ତାମିଲନାଡୁରେ ସଦୁପଯୋଗ କରାଯାଇନାହିଁ ।

ଦଳର ମୂଳ କାର୍ଯ୍ୟକ୍ରମ ‘ଅଣ୍ଡ୍ରିନାଇଭୋମ ଭା’ ଅନୁଯାୟୀ 239ଟି ଏନଜିଓ ଏବଂ ପଂଜୀକୃତ 36 ହଜାର 100 ଜଣ ସ୍ବେଚ୍ଛାସେବୀଙ୍କ ସହାୟତାରେ ଲୋକଙ୍କ ସେବା ପାଇଁ 76 ଲକ୍ଷ ଜରୁରୀ କିଟ୍ ଘରେ ଘରେ ପହଞ୍ଚାଯାଇଛି ଏବଂ 26 ଲକ୍ଷ ଖାଦ୍ୟ ପ୍ୟାକେଟ୍ ବଣ୍ଟାଯାଇଛି। ଏକ ଦାୟିତ୍ବସମ୍ପନ୍ନ ବିରୋଧୀ ଦଳର ଭୂମିକା ତୁଲାଇ ଆମେ 7 ଲକ୍ଷରୁ ଅଧିକ ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ମଧ୍ୟ ସଂଗ୍ରହ କରିଛୁ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଏସବୁକୁ ସରକାରଙ୍କ ପାଖରେ ପହଞ୍ଚାଇଛୁ। ଏସବୁ କାମ ସହିତ ଦଳ ଆହୁରି ମଧ୍ୟ ଏକ ହେଲପ ଲାଇନ ନମ୍ବର ଜାରି କରି ଏହା ଜରିଆରେ ଲୋକଙ୍କର ଦୈନିକ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିଛି। ଲୋକଙ୍କ ଅନୁରୋଧ କ୍ରମେ ଦଳର ନେତା ଓ କର୍ମୀମାନେ ସେମାନଙ୍କ ଘର ଦୁଆରେ ଜରୁରୀ ସାମଗ୍ରୀ ପହଞ୍ଚାଇଛନ୍ତି। ଲକଡାଉନ ସମୟରେ ଲୋକେ ଯେତେବେଳେ କାହାକୁ ସେମାନଙ୍କ ସମସ୍ୟା ଶୁଣାଇବେ ଜାଣି ପାରୁନଥିବା ବେଳେ ଆମ ନେତା ଷ୍ଟାଲିନ ଭିଡିଓ କନଫରେନସ ଜରିଆରେ ଲୋକଙ୍କ ସହିତ ଯୋଡ଼ି ହୋଇ ଧୈର୍ଯ୍ୟର ସହିତ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣୁଥିଲେ ଏବଂ ସମୟୋପଯୋଗୀ ସମାଧାନ ବି କରୁଥିଲା, ଯାହାକି ପ୍ରକୃତରେ ମୁଖ୍ୟମନ୍ତ୍ରଙ୍କ ଦାୟିତ୍ବ । ଏପରି ବ୍ୟାପକ ପ୍ରୟାସ ଜରିଆରେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲୁ –ତାମିଲନାଡୁ ଲୋକଙ୍କୁ ସେବା ଯୋଗାଇ ଦେଇଥିଲୁ। 4 କୋଟିରୁ ଅଧିକ ଲୋକଙ୍କୁ ସାହାଯ୍ୟ କରି ଆମେ ଅତ୍ୟନ୍ତ ଆନନ୍ଦିତ। ମହାମାରୀ ସଂକ୍ରମଣ ରୋକିବା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଜିଲ୍ଲା ସ୍ତରୀୟ ବୈଠକ କରି ଆମ ଦଳ ଯେଉଁ ପ୍ରୟାସ ଆରମ୍ଭ କରିଥିଲା ସେଥିରୁ ରାଜ୍ୟ ସରକାର ମଧ୍ୟ ପ୍ରେରଣା ପାଇଥିଲେ।

କେନ୍ଦ୍ର ସରକାର ମହାମାରୀ ସଂକଟ ସମୟକୁ ନିଜର ସୁବିଧା ଭାବେ ବ୍ୟବହାର କରି ଜାତୀୟ ଶିକ୍ଷା ନୀତି ଏବଂ ଏନଭିରୋନମେଣ୍ଟାଲ ଇମ୍ପାକ୍ଟ ଆସେସମେଣ୍ଟ ଆଦି ବିଲ୍ ଗୃହୀତ କରି ନେଇଛନ୍ତି। ମହାମାରୀ ବେଳେ ଲୋକେ କୌଣସି କ୍ଷେତ୍ରରେ ସେମାନଙ୍କ ଅସନ୍ତୋଷ ଜାହିର କରିବାକୁ ସମର୍ଥ ହେଉନଥିବା ବେଳେ ଡିଏମକେ ନିଷ୍ପେଷିତ ଓ ନିର୍ଯାତିତଙ୍କ ପାଇଁ ସବୁବେଳେ ସ୍ବର ଉତ୍ତୋଳନ କରି ଆସିଛି। ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖିବାରେ ଡିଏମକେ ଆଗକୁ ଆସିବା ସହିତ କେନ୍ଦ୍ରର ଅନୁଚିତ ନୀତି ବିରୁଦ୍ଧରେ ଛିଡ଼ା ହୋଇ ସଂଗ୍ରାମ କରି ଆସିଛି। ଲୋକଙ୍କ ଜୀବନ ରକ୍ଷା ପାଇଁ ମହାମାରୀ ସମୟରେ ମାସ୍କ ଏକ ଆୟୁଧ ହୋଇଥିବା ବେଳେ ଏହାକୁ କେନ୍ଦ୍ର ବିରୁଦ୍ଧରେ ଅସନ୍ତୋଷକୁ ଚାପିଦେବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି।ଡିଏମକେର ପ୍ରତିଷ୍ଠା ଦିବସ, ପେରିୟାର ଏବଂ ଆନ୍ନାଙ୍କ ଜନ୍ମ ଶତବାର୍ଷିକୀ ଏପରି ତିନିଟି ଐତିହାସିକ ଘଟଣାକୁ ଯୋଡି ଦଳ ପାଳନ କରିଥିବା ମୁପେରୁମ ଭିଝାସମାରୋହର ଅଂଶବିଶେଷ ଭାବେ ଦଳ ଅତି ନିକଟରେ ନୂଆ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହାର ନାମ ରଖାଯାଇଛି ‘ଏଲୋରମ ନାମ୍ମୁଦନ’। ଦଳ ପକ୍ଷରୁ ଅନଲାଇନରେ ମଧ୍ୟ ସଦସ୍ୟ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଦଳ ଅତ୍ୟନ୍ତ ସଫଳତାର ସହ ରାଜ୍ୟର ଛୋଟ ଛୋଟ ଗାଁରେ ମଧ୍ୟ ପହଞ୍ଚିପାରିଛି।

ମାତ୍ର 30 ଦିନରେ ଦଳ 13 ଲକ୍ଷ 77 ହଜାର 987 ଜଣଙ୍କୁ ପ୍ରାଥମିକ ସଦସ୍ୟ ଭାବେ ପଂଜୀକୃତ କରିଛି। ଦଳର ସଦସ୍ୟତା ଗ୍ରହଣ କରିଥିବା ମୋଟ ବ୍ୟକ୍ତିଙ୍କ ମଧ୍ୟରୁ 55 ପ୍ରତିଶତ ହେଉଛନ୍ତି ଯୁବ ବର୍ଗର, ଯେଉଁମାନଙ୍କର ବୟସ ସୀମା ହେଉଛି 18ରୁ 35 ବର୍ଷ। ତାମିଲ ଅଧିକାରର ନିୟମିତ ପ୍ରହରୀ, ତାମିଲ ସଂସ୍କୃତି ଓ ଗୌରବ ପାଇଁ ସଦା ସଂଘର୍ଷ କରି ଆସୁଥିବା ଦଳ ତାମିଲନାଡୁର ଏକ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଲକ୍ଷ୍ୟ ରଖି ଲୋକଙ୍କୁ ଏକାଠି କରିବାର ପ୍ରୟାସ ଜାରି ରଖିଛି। ଯେଉଁମାନେ ଦଳର ସଦସ୍ୟ ହୋଇ ଭବିଷ୍ୟତରେ ଏକ ସମୃଦ୍ଧ ତାମିଲନାଡୁ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଖରେ କ୍ଷମତା ପହଞ୍ଚାଇବାରେ ଡିଏମକେ ସଫଳ ହୋଇଛି। ଲୋକଙ୍କ ମଧ୍ୟରେ ଦଳର କେତେ ପ୍ରଭାବ ରହିଛି ସେ ନେଇ ଡିଏମକେ ପୂର୍ଣ୍ଣ ଅବଗତ ରହିଛି। ଦଳ ଏହାକୁ କେବଳ ମାତ୍ର ବିକ୍ଷୋଭ, ପ୍ରତିବାଦର ମାଧ୍ୟମରେ ସୀମିତ ରଖିବା ଚାହେଁନାହିଁ । ଲୋକଙ୍କ ଭିତରେ ଥିବା ପ୍ରଭାବକୁ ନେଇ ଦଳ ନିୟମ କାନୁନ ପାଳନ କରି ଏକ ବିପ୍ଲବ ଆଣିବାକୁ ଚାହେଁ ଏବଂ ମହାମାରୀକୁ କିପରି ରୋକାଯାଇପାରିବ ସେ ନେଇ ପ୍ରତିଶ୍ରୁତିବଦ୍ଧ। ଯଦିଓ ସମୟ ବଦଳୁଛି ତଥାପି ଲୋକେ ଯେଉଁଠି ଅତ୍ୟାଚାରିତ ହେଉଛନ୍ତି ସେଠାରେ ଦଳ ତାର ସଂଗ୍ରାମ ଜାରି ରଖିଛି। ପରିବର୍ତ୍ତିତ ସମୟରେ ଡିଏମକେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆଧୁନିକ ଉପାୟ ସବୁ ଆପଣାଉଛି। ଆବ୍ରାହମ ଲିଙ୍କନଙ୍କ ଭାଷାରେ “ଦଳ ଲୋକଙ୍କର, ଲୋକଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ।” ଆଜି ଆମେ ବିରୋଧୀ ଦଳ ହୋଇଥିଲେ ସୁଦ୍ଧାଲୋକଙ୍କ ମନ ଭିତରେ ଆମ ଦଳର ସରକାର ଚାଲିଛି। ଆସନ୍ତା 7 ମାସରେ ଆମ ଦଳ ଏକ ଦାୟିତ୍ବସମ୍ପନ୍ନ ସରକାର ହୋଇ ଲୋକଙ୍କର ବିକାଶ ଏବଂ ସମୃଦ୍ଧିପଥରେ ନେତୃତ୍ବ ନେବ।

ଲେଖକ - ଟିକେଏସ୍ ଏଲାନଗୋଭାନ୍, ରାଜ୍ୟସଭା ସାଂସଦ ତଥା ଡିଏମକେ ସଂଗଠନ ସମ୍ପାଦକ

ବି.ଦ୍ର : ଏହ ପ୍ରକାଶିତ ମତାମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.