ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ

ଦକ୍ଷିଣ ଭାରତ ରାଜନୀତିର ଅପରାଜେୟ ରାଜନେତା ଏମ.କରୁଣାନିଧିଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ । ଶ୍ରଦ୍ଧାଞ୍ଜଳି ଜଣାଇଲେ ପୁଅ ତଥା ଡିଏମକେ ସଭାପତି ଷ୍ଟାଲିନ ଓ ଝିଅ କାନିମୋଝୀ । ଅଧିକ ପଢନ୍ତୁ...

author img

By

Published : Aug 7, 2020, 10:28 AM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ

ଚେନ୍ନାଇ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ.କରୁଣାନିଧିଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଭାରତୀୟ ରାଜନୀତିର ପିତାମହଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଏମକେ ସଭାପତି ତଥା ପୁଅ ଏମକେ ଷ୍ଟାଲିନ ଓ ଝିଅ ତଥା ଦଳର ସାଂସଦ କାନିମୋଝୀ ।

ଦକ୍ଷିଣ ଭାରତର ରାଜନୀତିରେ ଏକ ଭିନ୍ନ ସ୍ଥାନ କରିଥିଲେ ଡିଏମକେ ସୁପ୍ରିମୋ ଏମ. କରୁଣାନିଧି । 2018 ମସିହା ଆଜିର ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ହୋଇଥିଲା । ଭାରତ ରାଜନୀତିରେ ସେ କେବଳ ପିତାମହ ନଥିଲେ ବରଂ ଜଣେ ଅପରାଜେୟ ରାଜନେତା ମଧ୍ୟ ଥିଲେ । ଦକ୍ଷିଣ ଭାରତର ରାଜନୀତିରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ କରୁଣାନିଧି । ଜଣେ ଅପରାଜେୟ ନେତା ଭାବେ 5 ଥର ମୁଖ୍ୟମନ୍ତ୍ରୀ ହେବା ସହ 13 ଥର ସେ ବିଧାନସଭାର ସଦସ୍ୟ ରହିଥିଲେ । ଯେ କୌଣସି ସିଟରେ ସେ ନିର୍ବାଚନ ଲଢିଛନ୍ତି, ସେଥିରେ ସେ ବିଜୟ ହୋଇଥିଲେ ।

ଠିକ 52 ବର୍ଷ ପୂର୍ବରୁ 26 ଜୁଲାଇରେ ଡିଏମକେ ଦଳର ପ୍ରତିନିଧିତ୍ବ କରିଥିଲେ ଏହି ଅପରାଜେୟ ନେତା । ପ୍ରଥମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ 1969ରେ ଦାୟିତ୍ବ ସମ୍ଭାଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.