ETV Bharat / bharat

କୃଷ୍ଣସାର ମୃଗ ଶିକାର ମାମଲା: ଶୁଣାଣି ବେଳେ ହାଜର ହେବାକୁ ସଲମାନଙ୍କୁ ଯୋଧପୁର କୋର୍ଟଙ୍କ ନିର୍ଦ୍ଦେଶ

କୃଷ୍ଣସାର ମୃଗ ଶିକାର ମାମଲାରେ ଶିକାର ଏବଂ ଆର୍ମସ୍ ଆକ୍ଟ ମାମଲା, ଶୁଣାଣି ସମୟରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯୋଧପୁର କୋର୍ଟ । ଅଧିକ ପଢନ୍ତୁ...

author img

By

Published : Sep 14, 2020, 10:50 PM IST

କୃଷ୍ଣସାର ମୃଗ ଶିକାର ମାମଲା: ଶୁଣାଣି ସମୟରେ ହାଜର ହେବାକୁ ସଲମାନଙ୍କୁ ଯୋଧପୁର କୋର୍ଟଙ୍କ ନିର୍ଦ୍ଦେଶ

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ଶିକାର ଏବଂ ଆର୍ମସ୍ ଆକ୍ଟ ମାମଲାର ଶୁଣାଣି ସମୟରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯୋଧପୁର କୋର୍ଟ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 28ରେ ହେବ ।

ସଲମାନ ଖାନଙ୍କ ବିରୋଧରେ ଆର୍ମସ୍ ଆକ୍ଟର ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ସିଜେଏମ କୋର୍ଟ ସୁପରଷ୍ଟାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସିଜେଏମ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାଜ୍ୟ ସରକାର ଯୋଧପୁର ଜିଲ୍ଲାରେ ଏକ ଆବେଦନ କରିଥିଲେ ।

ସଲମାନଙ୍କ ପକ୍ଷରୁ ଏକ ଆବେଦନ ଜିଲ୍ଲା ତଥା ସେସନ୍ କୋର୍ଟ, ଯୋଧପୁରରେ ମଧ୍ୟ ଦାଖଲ କରାଯାଇଥିଲା । ଏହି ଶୁଣାଣି ସମୟରେ ଯୋଧପୁର ଜିଲ୍ଲା କୋର୍ଟର ବିଚାରପତି ରାଜେନ୍ଦ୍ର କସୱାଲ ସୁପରଷ୍ଟାରଙ୍କ ଅନୁପସ୍ଥିତିର କାରଣ ପଚାରିଥିଲେ । ତେବେ ସଲମାନ ମହାମାରୀ କୋରୋନା କାରଣରୁ କୋର୍ଟରେ ହାଜର ହେବାକୁ ଅସମର୍ଥ ଥିବା ତାଙ୍କ ଆଇନଜୀବୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.