ପୁଡୁଚେରୀ: ଲକଡାଉନକୁ ଅମାନ୍ୟ ଯୋଗୁଁ ବିଧାୟକଙ୍କ ବିରୋଧରେ ମାମଲା । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମହାମାରୀ କୋରୋନା ବିରୋଧରେ ଜାରି କରାଯାଇଥିବା ଲକ୍ ଡାଉନକୁ ବିଧାୟକଙ୍କ ଅବମାନନା । କଂଗ୍ରେସ ବିଧାୟକ ଜନ କୁମାରଙ୍କ ବିରୋଧରେ ଅଭିଯୋଗ କରି ମାମଲା ରୁଜୁ କରାଯାଇଛି । COVID 19 ରୁ ଦେଶକକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ 24 ତାରିଖ ମଧ୍ୟରାତ୍ରରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି ।
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ନେଲିଥପର କଂଗ୍ରେସ ବିଧାୟକ ଜନ କୁମାର ନିଜ ବାସଭବନ ସମ୍ମୁଖରେ 200 ଲୋକଙ୍କୁ ଗହଳି କରି ପନିପରିବା ବାଣ୍ଟିବା ଅଭିଯୋଗରେ ମାମଲା ହୋଇଛି । ମହାମାରୀ କୋରୋନା ଭାଇରସର ସଂକ୍ରମଣକୁ ରୋକିବା ଓ ଏହାର ପ୍ରଚାର ପ୍ରସାରର ରୋକିବା ପାଇଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି ।
ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପୂର୍ବରୁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ମାର୍ଚ୍ଚ 31 ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଥିଲେ । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 600ରୁ ଉର୍ଦ୍ଧ୍ବ ହୋଇସାରିଛି ଏବଂ 10 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।
@ANI