ETV Bharat / bharat

'ମସୁଦ ଆଝାରକୁ କାହିଁକି ଅଭିଶାପ ଦେଲେ ନାହିଁ ସାଧ୍ବୀ ପ୍ରଜ୍ଞା' - masood-azh

ପାକିସ୍ତାନର ସମର୍ଥକ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ସାଧ୍ବୀ ପ୍ରଜ୍ଞା ଅଭିଶାପ ଦେଇଥିଲେ ଭାରତକୁ ସର୍ଜିକାଲ ଷ୍ଟ୍ରାଇକ କରିବାର ଆବଶ୍ୟକ ପଡି ନଥାନ୍ତା ବୋଲି ଦିଗ୍‌ବିଜୟ ସିଂହ କହିଛନ୍ତି ।

ଫାଇଲ ଫଟୋ
author img

By

Published : Apr 28, 2019, 11:07 AM IST

ନୂଆଦିଲ୍ଲୀ: ଦେଶରେ ଏବେ ନିର୍ବାଚନର ମାହୋଲ । ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପ୍ରଚାରରେ ମାତିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ପ୍ରଚାର ସମୟରେ ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଭୁଲୁ ନାହାଁନ୍ତି କୌଣସି ନେତା । ଏହି କ୍ରମରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦିଗ୍‌ବିଜୟ ସିଂହ ।

ଭୋପାଳର ଏକ ଜନସଭାରେ ସାଧ୍ବୀ ପ୍ରଜ୍ଞାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଯଦି ଦେଶପାଇଁ ବଳିଦାନ ଦେଇଥିବା ସହିଦଙ୍କର ମୃତ୍ୟୁ ପ୍ରଜ୍ଞାଙ୍କ ଅଭିଶାପରେ ହୋଇଛି । ତେବେ ପାକିସ୍ତାନର ସମର୍ଥକ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ସେ କାହିଁକି ଅଭିଶାପ ଦେଲେ ନାହିଁ । ଯଦି ସେ ଅଭିଶାପ ଦେଇଥାନ୍ତେ ତ ଭାରତକୁ ସର୍ଜିକାଲ ଷ୍ଟ୍ରାଇକ କରିବାର ଆବଶ୍ୟକ ପଡି ନଥାନ୍ତା ବୋଲି କହିଛନ୍ତି ଦିଗ୍‌ବିଜୟ । ପ୍ରଜ୍ଞାଙ୍କ ଏକ ବିବାଦୀୟ ବୟାନର ଜବାବରେ ସେ ଏଭଳି କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ମହାରାଷ୍ଟ୍ରର ଏଟିଏସ ମୁଖ୍ୟ ହେମନ୍ତ କରକରେଙ୍କୁ ନେଇ ସାଧ୍ବୀ ପ୍ରଜ୍ଞା ବିବାଦୀୟ ମନ୍ତବ୍ୟ ଦେଇଥିଲେ । ମୋ ଅଭିଶାପ ଯୋଗୁଁ ହେମନ୍ତ କରକରେଙ୍କ ମୃତ୍ୟୁ ହୋଇଛି ବୋଲି ସେ ଏକ ନିର୍ବାଚନୀ ସଭାରେ କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.