ETV Bharat / bharat

ଡିଜିଟାଲ ଲର୍ଣ୍ଣିଂ କମ୍ପାନୀଙ୍କ ପାଇଁ ଲାଭଦାୟୀ ‘ଲକଡାଉନ’ - ଲକଡାଉନ ଓ ଡିଜିଟାଲ ଲର୍ଣ୍ଣିଂ

ମାହାମାରୀ କୋରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ । ଏକପ୍ରକାର ଠପ ହୋଇଛି ଶିକ୍ଷା ବ୍ୟବସାୟ । ତେବେ ଏପରି ବିପତ୍ତି ସମୟରେ ପାଠପଢା ବନ୍ଦ ନକରି ଏହ ସବୁ ଇନଷ୍ଟିଚ୍ୟୁଟ ଓ ଡିଜିଟାଲ ଲର୍ଣ୍ଣିଂ ଫୋରମ ଆରମ୍ଭ କରିଛନ୍ତି ଅନଲାଇନ ଶିକ୍ଷାଦାନ ।

Digital learning, lockdown and digital learning, lockdown, online education, ଅନଲାଇନ ଶିକ୍ଷାଦାନ, ଡିଜିଟାଲ ଲର୍ଣ୍ଣିଂ, ଲକଡାଉନ ଓ ଡିଜିଟାଲ ଲର୍ଣ୍ଣିଂ, ଲକଡାଉନ
ଡିଜିଟାଲ ଲର୍ଣ୍ଣିଂ କମ୍ପାନୀଙ୍କ ପାଇଁ ଲାଭଦାୟୀ ‘ଲକଡାଉନ’
author img

By

Published : Mar 30, 2020, 11:27 PM IST

ହାଇଦ୍ରାବାଦ: ମାହାମାରୀ କୋରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ । ଏମିତି ସ୍ଥିତିରେ କୋଚିଂ କ୍ଲାସ, ସ୍କୁଲ ଓ କଲେଜ ସବୁଠି ଝୁଲୁଛି ତାଲା । ଏକପ୍ରକାର ଠପ ହୋଇଛି ଶିକ୍ଷା ବ୍ୟବସାୟ । ତେବେ ଏପରି ବିପତ୍ତି ସମୟରେ ପାଠପଢା ବନ୍ଦ ନକରି ଏହ ସବୁ ଇନଷ୍ଟିଚ୍ୟୁଟ ଓ ଡିଜିଟାଲ ଲର୍ଣ୍ଣିଂ ଫୋରମ ଆରମ୍ଭ କରିଛନ୍ତି ଅନଲାଇନ ଶିକ୍ଷାଦାନ । ଘରେ ବସିବା ଅପେକ୍ଷା ବିଭିନ୍ନ ଅନଲାଇନ କୋର୍ସରେ ମଧ୍ୟ ଲୋକେ ନିଜ ବ୍ୟସ୍ତ ରଖୁଥିବା ଦେଖିବାକୁ ମିଳୁଛି ।

ଦେଖିବାକୁ ଗଲେ ବିଶ୍ବରେ ବର୍ତ୍ତମାନ ଅନେକ ଇନଷ୍ଟିଚ୍ୟୁଟ ଓ କମ୍ପାନୀ ଡିଜିଟାଲାଇଜ ହୋଇ ଲୋକଙ୍କୁ ଅନଲାଇନ ଶିକ୍ଷାଦାନ କରିବା ଆରମ୍ଭ କରିଛି । ଏନେଇ ସ୍କିଲ ସଫ୍ଟର ସିଏମଓ ମିସେଲେ ବୁକ୍କୋଫ-ବାଜଡେକ କହିଛନ୍ତି କି, ଡିଜିଟାଲ ଲର୍ଣ୍ଣିଂ ଓ ଟ୍ୟାଲେଣ୍ଟ ଡେଭେଲପମେଣ୍ଟ ବ୍ୟବସାୟ ପାଇଁ ଏହାଠାରୁ ଭଲ ସମୟ କିଛି ନହୋଇପାରେ । ବିଗତ 3-4 ବର୍ଷରେ ଡିଜିଟାଲ ଲର୍ଣ୍ଣିଂ ନିଜର ସର୍ଭିସ ପାଇଁ ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏକଥାକୁ ଏଡାଇ ଦିଆଯାଇନପାରେ ।

ସେହିପରି ବଡି4ଷ୍ଟଡି(Buddy4Study)ର ସିଇଓ ତଥା ସହ-ସଂସ୍ଥାପକ ମନଜିତ ସିଂଙ୍କ କହିବା ଅନୁଯାୟୀ ସ୍କୋଲାରସିପ୍‌ ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାସ । ତେଣୁ ଏହି ସମୟରେ ଆବଶ୍ୟକତା ପୂରଣ କରିବା ସହ ଘରେ ବସି ଶିକ୍ଷାଦାନ କରିବାରେ ଡିଜିଟାଲ ଲର୍ଣ୍ଣିଂର ଏକ ମହତ୍ତ୍ବପୂର୍ଣ୍ଣ ଭୂମିକ ରହିଛି । ଏଥିସହ ଏହି ସମୟରେ ଯଦି ଡିଜିଟାଲ ଲର୍ଣ୍ଣିଂ ନଥାନ୍ତା ତେବେ ଅନେକ ଛାତ୍ରଛାତ୍ରୀ ପାଠପଢାରୁ ହାତ ଧୋଇ ବସିଥାଆନ୍ତେ । ଅନେକଙ୍କ କ୍ୟାରିଅରରେ ହୁଏତ ରୋକ ଲାଗିଯାଇଥାଆନ୍ତା । ତେଣୁ ଆମ କର୍ତ୍ତବ୍ୟ ସାଧନରେ ଡିଜିଟାଲ ଲର୍ଣ୍ଣିଂ ଏକ ମୁଖ୍ୟ ସହାୟକ ।

ସେପଟେ ଲକଡାଉନରେ ଡିଜିଟାଲ ଲର୍ଣ୍ଣିଂ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରୁଛି । ଏଥିସହ ଏହା ବିଭିନ୍ନ ପାଠ୍ୟକ୍ରମକୁ ଲୋକଙ୍କ ପାଖରେ ସେମାନଙ୍କ ସୁବିଧା ମୁତାବକ ପ୍ରକ୍ରିୟାରେ ପହଞ୍ଚାଇପାରୁଛି । ଯେଉଁଥିରେ ୱାର୍କସପ୍‌, କୋର୍ସ, ବହି ଓ ଭିଡିଓ ଆଦି ମାଧ୍ୟମ ସାମିଲ ରହିଛି । ତେଣୁ ଏପରି ବିପତ୍ତି ପରିସ୍ଥିତିରେ ଯେ ଡିଜିଟାଲ ଲର୍ଣ୍ଣିଂ ଅତି ସହାୟକ, ଏହା ନିର୍ଦ୍ବନ୍ଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.